ସର୍ବସାଧାରଣଙ୍କ ପାଇଁ ବିଧାନସଭା ରାସ୍ତା ସିଲ୍‌

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ସର୍ବସାଧାରଣଙ୍କ ପାଇଁ ବିଧାନସଭା ରାସ୍ତାକୁ ରବିବାର ସିଲ୍‌ କରାଯାଇଛି। ଶୀତ ଅଧିବେଶନ ଆରମ୍ଭ ହେବା ଦିନରୁ ଲଗାତାର ଆତ୍ମାହୃତି ଉଦ୍ୟମ ହେଉଥିବା ଯୋଗୁ ଉକ୍ତ ରାସ୍ତାକୁ ବନ୍ଦ କରିଦିଆଯାଇଛି। ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏ ରାସ୍ତାକୁ ସିଲ କରାଯାଇଛି। ତେବେ ଲୋକମାନେ ଜୟଦେବଭବନରୁ ଆଇଜି ପାର୍କ ରାସ୍ତା ଦେଇ ଯିବାକୁ ଅନୁମତି ଦିଆଯାଇଛି। କମିଶନରେଟ ପୋଲିସ ପକ୍ଷରୁ ଏହି କଟକଣା ଲାଗିଥିବା ସୂଚନା ମିଳିଛି।

ପ୍ରକାଶ ଯେ, ଗତ ୫ ଦିନ ମଧୟରେ ଆତ୍ମାହୃତିର ୩ ଘଟଣା ଦେଖିବାକୁ ମିଳିଛି। ମଙ୍ଗଳବାର ପରୀ ହତ୍ୟା ଘଟଣାରେ ନୟାଗଡ଼ର ଦମ୍ପତି ଓ ସମବାୟ ବ୍ୟାଙ୍କ ଋଣ ଜାଲିଆତିକୁ ନେଇ ଶୁକ୍ରବାର ଠକେଇର ଶିକାର ହୋଇଥିବା ଆଠଗଡ଼ର ତିନିଜଣ ଚାଷୀ ବିଧାନସଭା ଆଗରେ ଆତ୍ମାହୃତି ଉଦ୍ୟମ କରିଥିଲେ। ଏହିକ୍ରମରେ ଶନିବାର ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ମା, ପୁଅ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।

Share