୪ଟି କାର୍ଯ୍ୟଦିବସ ବାକି ଥାଇ ଆଗୁଆ ଶେଷ ହେଲା ବିଧାନସଭା ଅଧିବେଶନ

ଭୁବନେଶ୍ୱର,୩୧ା୩(ବ୍ୟୁରୋ)-ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାର ଶେଷ ହୋଇଛି। ଏହି ଅଧିବେଶନ ଏପ୍ରିଲ ୬ ତାରିଖରେ ଶେଷହେବାର ଥିଲା। ୬ଦିନ ଆଗୁଆ ତଥା ୪ଟି କାର୍ଯ୍ୟଦିବସ ବାକି ଥାଇ ଅଧିବେଶନ ଶେଷ ହୋଇଛି। ଚଳିତ ଅଧିବେଶନ ଫେବୃୟାରୀ ୨୧ ତାରିଖରୁ ଆରମ୍ଭ ହୋଇଥିଲା। ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୨୧ରୁ ମାର୍ଚ୍ଚ ୧ ତାରିଖ ଓ ୨ୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ୩୧ ତାରିଖ ଯାଏ ଚାଲିଲା। ଫେବୃୟାରୀ ୨୪ ତାରିଖରେ ୨୦୨୩- ୨୪ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଥିଲେ । ମାର୍ଚ୍ଚ ୩୧ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍‌ ବିଧାନସଭାରେ ପାରିତ ହୋଇଥିଲା।
ଏହି ଅଧିବେଶନରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ବିଲ୍‌-୨୦୨୩ ଆଗତ ହୋଇଥିଲେ ମଧ୍ୟ ତାହା ପାରିତ ହୋଇପାରିଲା ନାହିଁ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଅଚାନକ ପରିବର୍ତ୍ତନ କରାଯାଇ ଚଳିତ ସପ୍ତାହରେ ଗୃହରେ ଉପସ୍ଥାପିତ ହୋଇଥିବା ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌କୁ ମଧ୍ୟ ସରକାର ଶେଷ ମୁହୂର୍ତ୍ତରେ ଫେରାଇ ନେଇଛନ୍ତି । ଏହି ଅଧିବେଶନ ଗତ ଅଧିବେଶନ ତୁଳନାରେ ଅଧିକ ସରଗରମ ହୋଇଥିଲା। ନବ ଦାସ ହତ୍ୟାକାଣ୍ଡ, ଆଇନଶୃଙ୍ଖଳା, ଜାଲ୍‌ ସାର୍ଟିଫିକେଟ, ସ୍ବାସ୍ଥ୍ୟ, ଶିକ୍ଷା, ନିଯୁକ୍ତି ଭଳି ଅନେକ ବିଷୟକୁ ନେଇ ବିରୋଧୀ ସରକାରଙ୍କୁ ଅଡୁଆରେ ପକାଇଥିଲେ। ମହାନଦୀ ଇସ୍ୟୁ ଆଲୋଚନା ପାଇଁ ବିରୋଧୀ ମୋଶନ ଦେଇଥିଲେ ମଧ୍ୟ ତାହା ହୋଇପାରି ନ ଥିଲା। ଚଳିତ ଅଧିବେଶନରେ ଶ୍ୱେତପତ୍ର, ସିଏଜି ରିପୋର୍ଟ ଉପସ୍ଥାପନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ, ହେବ ବଡ଼ ଘୋଷଣା

ସୁନ୍ଦରଗଡ଼,୨୪ା୧୧(ଜୟ ନାରାୟଣ ମେଣ୍ଡୁଳି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡା...

ମହତାବଙ୍କ ଜୀବନୀ ଉପରେ ବାୟୋପିକ୍‌ କରାଯିବ

ଭୁବନେଶ୍ୱର,୨୪।୧୧(ଅନିଲ ଦାସ): ଓଡ଼ିଶାର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଇତିହାସରେ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୀବନୀ ଓ କୃତିତ୍ୱ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ। ସେ...

‘ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ’: ଆଜି ‘ଧରିତ୍ରୀ କ୍ଲାଇମେଟ୍‌ ଗ୍ରାଣ୍ଟ୍‌’

ଭୁବନେଶ୍ୱର, ୨୪।୧୧ (ବନ୍ଦନା ସେଠୀ): ଜଳବାୟୁ ପରିବର୍ତ୍ତନ ଏବେ ସମଗ୍ର ଦେଶ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ପରିବେଶର ସୁରକ୍ଷା ପାଇଁ ଅନେକ କ୍ଷେତ୍ରରେ...

ଟୋଲଗେଟକୁ ଧକ୍କାଦେଇ ହୁହୁ ହୋଇ ଜଳିଲା କଣ୍ଟେନର: ଡ୍ରାଇଭର ଜୀବନ୍ତ ଦଗ୍ଧ, ହେଲ୍ପର ବି…

ବାଲେଶ୍ୱର,୨୪।୧୧: ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଶନିବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଭାରସାମ୍ୟ...

ପରିବର୍ତ୍ତନର ସ୍ରୋତରେ ଡଙ୍ଗରିଆ

ନିଜର ନିଆରା ତଥା ଭିନ୍ନ ସଂସ୍କୃତି ଓ ପରମ୍ପରା ପାଇଁ ସାରା ବିଶ୍ୱରେ ପରିଚିତ ରାୟଗଡ଼ା ଜିଲା ଆଦିମ ଜନଜାତି ଡଙ୍ଗରିଆ କନ୍ଧ। ରାୟଗଡ଼ା ଜିଲାର...

ଆଞ୍ଚଳିକ ଦଳ ଉପରେ ପୁନଃ ଆସ୍ଥାପ୍ରକଟ କଲେ ଝାଡ଼ଖଣ୍ଡବାସୀ: ବିଜେଡି

ଭୁବନେଶ୍ୱର,୨୪ା୧୧(ଅନିଲ ଦାସ): ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇଛି। ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମ୍‌ଏମ୍‌ର ବିଜୟ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆଞ୍ଚଳିକ...

ଆଇଏଏସ୍‌ ଅଫିସର ସ୍ତରରେ ଅଦଳବଦଳ, ଯାମିନୀ ଷଡ଼ଙ୍ଗୀଙ୍କୁ…

ଭୁବନେଶ୍ୱର, ୨୪ା୧୧ (ଅନିଲ ଦାସ): ରାଜ୍ୟ ସରକାର ଶନିବାର ଆଇଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ୧୨ଜଣ ଆଇଏଏସ୍‌ ଅଫିସରଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଥିବା...

ଆଜି ଆସିବ ସୁଭଦ୍ରା ଟଙ୍କା, ଆସିଲା ବଡ଼ ଖବର!

ଭୁବନେଶ୍ୱର,୨୪ା୧୧(ଅନିଲ ଦାସ): ସୁଭଦ୍ରା ଯୋଜନାରେ ବାଦ୍‌ ପଡ଼ିଥିବା ୨୫% ମହିଳାଙ୍କୁ ରବିବାର ଟଙ୍କା ମିଳିବ। ନଭେମ୍ବର ୨୪ରେ ‘ସୁଭଦ୍ରା’ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri