ଭୁବନେଶ୍ବର,୩।୧୨(ବ୍ୟୁରୋ): ଆଜି ବି ଆରମ୍ଭ ହେଉ ହେଉ ୧୧.୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଗୃହ ମୁଲତବୀ କରାଯାଇଛି ।ତେବେ ବିଧାନସଭା ଶୀତ ଅଧିବେଶର ଆଜି ତୃତୀୟ ଦିନ। । କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଗୃହ ଆରମ୍ଭରୁ ପ୍ରବଳ ହୋ ହାଲ୍ଲା ବିରୋଧୀ କରିଥିଲେ । ଫଳରେ ଆରମ୍ଭ ହେଉ ହେଉ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।
ଏହାର ଭିତରେ ଭାଜପା ଅଭିନବ ଢଙ୍ଗରେ ପ୍ରତିବାଦ କରୁଛି। ଗଙ୍ଗାଜଳ,ଗୋବରପାଣି ସିଞ୍ଚିବା ସହ ଧୂଆଁ ଧୂପ ଦେଇ ଗୃହକୁ ପବିତ୍ର କରୁଛି। ମମିତାର ହତ୍ୟାକାରୀ ଦିବ୍ୟଶଙ୍କର ଗୃହରେ ବସିବା ପରେ ଗୃହର ଗାରିମା କ୍ଷୁର୍ଣ୍ଣ ହୋଇଛି। ତେଣୁ ଗୃହକୁ ପବିତ୍ର କରିବା ପାଇଁ ଏହି ପନ୍ଥା ଆପଣାଇଛୁ ବୋଲି ଭାଜପା କହିଛି।