ଦିନକ ପୂର୍ବରୁ ସରିଲା ବିଧାନସଭା

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ଶେଷ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଙ୍ଗଳବାର ମୁଲତବୀ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହୋଇଥିବା ଚଳିତ ଅଧିବେଶନ ୭ଦିନ ପାଇଁ ଚାଲିଲା। ଚଳିତ ଅଧିବେଶନରେ ମୋଟ ୭ଟି ବିଲ୍‌ ପାରିତ ହୋଇଥିବାବେଳେ ଶେଷ ଦିବସରେ ମୋଟ ୫ଟି ବିଲ୍‌ ପାରିତ ହୋଇଛି। ପୂର୍ବରୁ ଓଡ଼ିଶା ସଂକ୍ରାମକ ରୋଗ (ସଂଶୋଧନ) ବିଲ୍‌ ଏବଂ ଓଡ଼ିଶା ନ୍ୟାୟାଳୟ-ଫି(ସଂଶୋଧନ) ବିଲ୍‌ ପାରିତ ହୋଇସାରିଥିବା ବେଳେ ମଙ୍ଗଳବାର ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ୍‌, ଓଡ଼ିଶା ଆଇନଜୀବୀ କଲ୍ୟାଣ ପାଣ୍ଠି(ସଂଶୋଧନ) ବିଲ୍‌, ଓଡ଼ିଶା ଶିଳ୍ପ ବିବାଦ(ସଂଶୋଧନ) ବିଲ୍‌, ଓଡ଼ିଶା ପୌର ବିଧି(ସଂଶୋଧନ) ବିଲ୍‌ ଏବଂ ଓଡ଼ିଶା ଦ୍ରବ୍ୟ ଓ ସେବାକର(ସଂଶୋଧନ) ବିଲ୍‌ ପାରିତ ହୋଇଛି। ସେହିଭଳି ଭାଜପାର ୨ଟି ଏବଂ କଂଗ୍ରେସର ଗୋଟିଏ ମୁଲତବୀ ପ୍ରସଙ୍ଗକୁ ମିଶାଇ ମୋଟ ୩ଟି ମୁଲତବୀ ପ୍ରସଙ୍ଗ ଉପରେ ଏଥର ଆଲୋଚନା ହୋଇଥିଲା। କରୋନା କଟକଣା ମଧ୍ୟରେ ବିଧାନସଭା ଚାଲିଥିବାରୁ ଏଥର ପ୍ରଶ୍ନକାଳ ରହି ନ ଥିଲା। ସ୍ବର୍ଗତ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିୟୋଗରେ ୪ତାରିଖରେ ଶୋକ ପ୍ରସ୍ତାବ ଅଣାଯାଇ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଥିଲା। ଶେଷ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହର ସୁପରିଚାଳନା ପାଇଁ ବିରୋଧୀ ଦଳ ନେତାଙ୍କ ସହ ସମସ୍ତ ସଦସ୍ୟ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଶାସନ ଦଳ, ବିରୋଧୀ ଦଳ ଏବଂ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ। ତେବେ ଅନ୍ତିମ ଦିବସରେ ଭାଜପା କୌଣସି ଆଲୋଚନାରେ ସାମିଲ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ବଡ଼ ଅଘଟଣ: ଜଳିପୋଡ଼ି ଛାରଖାର ହେଲା…

କଟକ,୧।୧: କଟକ ଜିଲା ନିଆଳି ମାଧବ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟଇଛି। ନିଆଁରେ ୧୨ ବଖରା ଘର ଜଳି ଯାଇଛି। ନିଆଳି ଥାନା ଅନ୍ତଗର୍ତ ମାଧବ...

ପୁରୀରେ ଅସମ୍ଭାଳ ଭିଡ଼: ଠେଲାପେଲାର ଭାଙ୍ଗିଲେ ବ୍ୟାରିକେଡ୍‌

ଭୁବନେଶ୍ୱର,୧।୧: ନୂଆବର୍ଷରେ ପୁରୀରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଲକ୍ଷାଧିକ ଭକ୍ତଙ୍କ ସମାଗମ ଯୋଗୁ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଛି। ଲୋକେ ସିଂହଦ୍ବାର ସମ୍ମୁଖ ବ୍ୟାରିକେଡ...

ଜିରୋ ନାଇଟ ସେଲିବ୍ରେଶନ ବେଳେ ବୁଲିଲା ଖଣ୍ଡା, ୨ ଗୁରୁତର

ବଲାଙ୍ଗୀର, ୧।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀନଗରପଡାରେ ଜିରୋ ନାଇଟ ସେଲିବ୍ରେଶନ ସମୟରେ ଖଣ୍ଡାରେ ଆକ୍ରମଣ ହୋଇଛି। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।...

ନବବର୍ଷ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମହାପ୍ରଭୁଙ୍କ କୃପାରୁ…

ଭୁବନେଶ୍ୱର,୧।୧: ମୁଖ୍ୟମନ୍ତ୍ରୀ ମୋହନ ମାଝି ଇଂରାଜି ନବ ବର୍ଷ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ସେ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି, ନୂତନ ନବବର୍ଷ...

୨୦୦ ଆପରାଧିକ ମାମଲା, ୧୬୦ ସରକାରୀ ବାବୁ ଗିରଫ

ଭୁବନେଶ୍ୱର,୧ା୧(ସତ୍ୟଜିତ୍‌ ରାଉତ):ସରକାରୀ ଅର୍ଥ ଆତ୍ମସାତ୍‌ ହେଉ କିମ୍ବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସହ ଲାଞ୍ଚ ମାମଲା। ଦୁର୍ନୀତିଗ୍ରସ୍ତ ସରକାରୀ ବାବୁମାନେ ଭିଜିଲାନ୍ସ ଜାଲରେ ଫସିବା...

ଆଜିଠୁ ଅଚଳ ହେବ ୩ ବର୍ଗର ବ୍ୟାଙ୍କ ଆକାଉଣ୍ଟ: ଆର୍‌ବିଆଇ

ଭୁବନେଶ୍ୱର,୧ା୧(ଅନୁରାଧା ମହାରଣା): ୨୦୨୫ର ପ୍ରଥମ ଦିନରୁ ବ୍ୟାଙ୍କ କାରବାର ସମ୍ପର୍କିତ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଜାନୁଆରୀ ପହିଲାରୁ ୩ ପ୍ରକାରର ବ୍ୟାଙ୍କ...

ପ୍ରବାସୀ ଭାରତୀୟ ଦିବସ ପାଇଁ ସଜେଇ ହେଉଛି ରାଜଧାନୀ

ଭୁବନେଶ୍ୱର,୧।୧(ସୁଚିସ୍ମିତା ସାହୁ):ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର। ବିଭିନ୍ନ ସ୍ଥାନରେ କାନ୍ଥଗୁଡ଼ିକ ପାରମ୍ପରିକ ଚିତ୍ରକଳାରେ ଝଲସୁଛି। ଏଥିରେ ଓଡ଼ିଶାର ଲୋକକଳା, ପରମ୍ପରା,...

ଚାଲିଲାନି ପଶ୍ଚିମବଙ୍ଗର ମନମାନୀ, ଓଡ଼ିଶା ଫେରୁଛି ‘ଜିନତ’

ଭୁବନେଶ୍ୱର,୩୧ା୧୨: ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗାଡ଼ିରେ ଫେରୁଛି ବାଘୁଣୀ ‘ଜିନତ’ । ଆଲିପୁର ଚିଡ଼ିଆଖାନାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଅଣାଯାଉଛି। ମଧ୍ୟରାତ୍ରି ସୁଦ୍ଧା ‘ଜିନତ’ ଶିମିଳିପାଳ ପହଞ୍ଚିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri