ଭୁବନେଶ୍ୱର,୩ା୯(ବ୍ୟୁରୋ)-ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ବିଧାନସଭା ଅଧିବେଶନ ବସିବ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜସ୍ଥାନ ବିଧାନସଭା ବସିଛି। ଏନେଇ ସେ ଲୋକସଭା ବାଚସ୍ପତି ଏବଂ ସଚିବଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ଗାଇଡ୍ଲାଇନ ଆସିବା ପରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ । ଏହାଛଡ଼ା ଲୋକ ସଭା ଅଧିବେଶନକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି।