ଦୈନିକ ସାଢ଼େ ୪ ଘଣ୍ଟା ଚାଲିବ ବିଧାନସଭା

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଆସନ୍ତା ୨୯ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ତେବେ ଏହି ଅଧିବେଶନ କରୋନା କଟକଣା ମଧ୍ୟରେ ସମ୍ପନ୍ନ ହେବ। ଦୈନିକ ସାଢ଼େ୪ ଘଣ୍ଟା ଚାଲିବ। ସକାଳ ୧୦ଟା ୩୦ ମିନିଟ୍‌ରୁ ମଧ୍ୟାହ୍ନ ୧ଟା ଏବଂ ଅପରାହ୍ନ ୩ଟାରୁ ୫ଟା ଯାଏ ଗୃହ କାର୍ଯ୍ୟ ଚାଲିବ। ତେବେ ଶନିବାର ସକାଳ ୮ଟାରୁ ବିଧାୟକ ଓ ବିଧାନସଭା କର୍ମଚାରୀମାନଙ୍କର କରୋନା ଟେଷ୍ଟ କରାଯିବ। ଶୁକ୍ରବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।
କରୋନା କଟକଣା ମଧ୍ୟରେ ଗୃହ କିପରି ପରିଚାଳିତ ହେବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକ ଶେଷରେ ବାଚସ୍ପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଧାନସଭା କାର୍ଯ୍ୟ ବିଧି ଅନୁଯାୟୀ ଗୃହ ପରିଚାଳନା ହେବ। କ୍ୱେଶ୍ଚିନ ଆୱାରକୁ ଛାଡି ଅନ୍ୟ ସମସ୍ତ କାର୍ଯ୍ୟ ହେବ। ତେବେ କ୍ୱେଶ୍ଚିନ ଆୱାର ହେବ କି ନାହିଁ ତାହା ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀ, ବିଧାନସଭାର ଦୁଇ ପୂର୍ବତନ ସଦସ୍ୟ ସ୍ବର୍ଗତ ବିଷ୍ଣୁ ଦାସ ଓ ମଦନ ମୋହନ ଦତ୍ତ ଏବଂ ଅନ୍ୟ ସଦସ୍ୟମାନଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ ହେବ। ଶୋକ ପ୍ରସ୍ତାବ ପରେ ଗୃହ ମୁଲତବୀ ଘୋଷଣା କରାଯିବ। ପୁଣି ଅପରାହ୍ନ ୩ଟାରୁ ୫ଟା ମଧ୍ୟରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ କହିଛନ୍ତି ଯେ, ବିଧାୟକମାନଙ୍କୁ ଦର୍ଶକ ଗ୍ୟାଲେରି, ବାଚସ୍ପତିଙ୍କ ଗ୍ୟାଲେରି ଏବଂ ଗୃହରେ ବସିବା ବ୍ୟବସ୍ଥା କରାଯାଇଛି। ୧୪୫ ଜଣ ବିଧାୟକଙ୍କ ପାଇଁ ବ୍ୟବସ୍ଥା ହୋଇଛି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଅନ୍ୟ ବିଧାୟକମାନେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ୱର,୯।୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରରେ ତାଙ୍କୁ ଭବ୍ୟ...

ସାମ୍ବାଦିକଙ୍କୁ ମାଡ଼ ମାରି ଜେଲ ଗଲେ ଦୁଇ ଯନ୍ତ୍ରୀ, ଚାକିରିରୁ ହେଲେ ନିଲମ୍ବନ

ବଲାଙ୍ଗୀର, ୯।୧: (ସୁନିଲ କୁମାର ମହାନ୍ତି): ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ କଣ୍ଟାବାଞ୍ଜି ଇଲେକ୍ଟ୍ରି ଏସ୍‌ଡିଓ ଜଗନ୍ନାଥ ପତି ଓ ମୁରିବାହାଲ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ...

ରସୁଲଗଡ଼ରେ ପୋଲିସ ମିତ୍ରଙ୍କୁ ବୀଭତ୍ସ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର,୯।୧: ରାଜଧାନୀରେ ପୋଲିସ ମିତ୍ରଙ୍କୁ ବୀଭତ୍ସ ହତ୍ୟା ଘଟଣାରେ ପୋଲିସ ଆଉ ଦୁଇଜଣଙ୍କୁ ଗିରଫ କରିଛି। ଗୁରୁବାର ଗିରଫ ହୋଇଥିବା ଦୁଇଜଣଙ୍କ ମଧ୍ୟରେ ଜଣେ ମହିଳା...

ମହାନଦୀ ପଠାରେ ପିକ୍‌ନିକ୍‌ ମନା, ଜାଣନ୍ତୁ କଟକର କେଉଁ ସ୍ଥାନ ପର୍ଯ୍ୟନ୍ତ ଲାଗିଲା କଟକଣା

କଟକ,୯ା୧: ମହାନଦୀ ପଠାରେ ପିକ୍‌ନିକ୍‌ ଆୟୋଜନ ଉପରେ କଡ଼ା କଟକଣା ଲଗାଇଛି କଟକ ମହାନଗର ନିଗମ। ତେବେ ଏହି କଟକଣା ବୋଟିଂ କ୍ଲବଠାରୁ କଟକ-ଇନ୍‌-କଟକ ପର୍ଯ୍ୟନ୍ତ...

ଏହି ସୁବୁ ଜିଲାରେ ହେବ ଘନ କୁହୁଡି: ଦୁଇ ଦିନିଆ ସତର୍କ ଜାରି

ଭୁବନେଶ୍ୱର,୯ା୧: ରାଜ୍ୟରେ ଶୀତର ପକୋପ ଜାରି ରହିଛି। ଏଭଳିସ୍ଥିତିରେ ଘନ କୁହୁଡିକୁ ନେଇ ୩ ଜିଲାକୁ ଦୁଇ ଦିନିଆ ୟେଲୋ ୱାର୍ନିଂ ଜାରି କରିଛି ପାଣିପାଗ...

ଯୋଗାଣ ମନ୍ତ୍ରୀ ଦେଲେ ଡେଡ୍‌ଲାଇନ: ଏହି ତାରିଖ ସୁଦ୍ଧା କରିନିଅନ୍ତୁ E-KYC, ନଚେତ୍‌…

ଭୁବନେଶ୍ୱର,୯।୧: ରାଶନ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ ଦେଲେ ଡେଡ୍‌ଲାଇନ। ଜାନୁଆରି ୩୧ ସୁଦ୍ଧା E-KYC କରିବାକୁ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।...

ଯେତେବେଳେ ସାରା ବିଶ୍ୱ ଦେଖାଇଥିଲା ଖଣ୍ଡାର ଶକ୍ତି, ସମ୍ରାଟ ଅଶୋକ ବାଛିଥିଲେ ଶାନ୍ତି, ଜାଣନ୍ତୁ କାହାକୁ ଟାର୍ଗେଟ କଲେ ମୋଦି

ଭୁବନେଶ୍ୱର/ନୂଆଦିଲ୍ଲୀ,୯।୧: ଯେତେବେଳେ ଖଣ୍ଡା ବଳରେ ସାରା ବିଶ୍ୱରେ ସାମ୍ରାଜ୍ୟ ବିସ୍ତାର କରାଯାଉଥିଲା, ସେତେବେଳେ ସମ୍ରାଟ ଅଶୋକ ଶାନ୍ତିର ପଥ ବାଛିଥିଲେ… ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ପ୍ରବଳ ଶୀତରେ ଥରୁଛି ଜି.ଉଦୟଗିରି, ସର୍ବନିମ୍ନ ତାପମାତ୍ରା ରହିଛି…

ଜି.ଉଦୟଗିରି,୯ା୧(ଶିଶିର ପଟ୍ଟନାୟକ): ରାଜ୍ୟର ଶୀତଳ ସହର ଜି.ଉଦୟଗିରି ସହରରେ ୧୫ ଦିନ ହେବ ଶୀତର ପକୋପ ଜାରି ରହିଛି । ଗୁରୁବାର ସର୍ବନିମ୍ନ ତାପମାତ୍ରା ୫....

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri