ରାଉରକେଲା ଅଫିସ,୯।୨: ରାଉରକେଲା ଆସିଷ୍ଟାଣ୍ଡ କଲେକ୍ଟର ମନୋରଞ୍ଜନ ନାଏକଙ୍କୁ ଭିଜିଲାନ୍ସ ଗିରଫ କରିଛି। ୨ କୋଟିରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠୁଗଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲା। ତେବେ ଗିରଫ ପରେ ବୁଧବାର ତାଙ୍କୁ କୋର୍ଟ ଚାଲାଣ କରାଯିବ।