ଏମ୍ସ ଏବେ ‘ଓଡିଏମ୍‌ ବିଜ୍‌ନେସ ସ୍କୁଲ’ ଭାବେ ନାମିତ

ଭୁବନେଶ୍ୱର,୨୫।୪: ରାଜ୍ୟର ଏକ ଅଗ୍ରଣୀ ଏମ୍‌ବିଏ କଲେଜ ଭାବେ ଜଣାଶୁଣା ଆଷ୍ଟ୍ରଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଷ୍ଟଡିଜ(ଏମ୍ସ) ର ନାମ ପରିବର୍ତ୍ତନ (ରି ବ୍ରାଣ୍ଡ) କରାଯାଇଛି। ଏଇ ନିକଟରେ ଏକ ନିରାଡ଼ମ୍ବରପୂର୍ଣ୍ଣ ସଭାରେ ଓଡିଏମ୍‌ ଏଜୁକେଶନାଲ ଗ୍ରୁପ୍‌ ପକ୍ଷରୁ ଏ ସମ୍ପର୍କରେ ଘୋଷଣା ସହ ଏକ ନୂଆ ନାମରେ ଅନୁଷ୍ଠାନକୁ ନାମିତ କରାଯାଇଛି। ଓଡ଼ିଶାର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଓଡିଏମ୍‌ ଏଜୁକେଶନାଲ ଗ୍ରୁପ୍‌ର ବିଜ୍‌ନେସ ମ୍ୟାନେଜମେଣ୍ଟ ଶାଖା ଆଷ୍ଟ୍ରଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଷ୍ଟଡିଜ(ଏମ୍ସ)ର ନାମ ପରିବର୍ତ୍ତନ ହୋଇ ବର୍ତ୍ତମାନ ଓଡିଏମ୍‌ ବିଜ୍‌ନେସ ସ୍କୁଲ ନାମରେ ନାମିତ ହୋଇଛି। ଏହାକୁ ଯଥାଶୀଘ୍ର ଆନୁଷ୍ଠାନିକ ସ୍ତରରେ ଲାଗୁ କରିବା ସହ ଏହାର ପରିଚାଳନାର ବିନା ପରିବର୍ତ୍ତନରେ ସମସ୍ତ କାର୍ଯ୍ୟ ସମାପ୍ତ କରିବାକୁ କୁହାଯାଇଛି। ଏହା ସମ୍ପର୍କରେ ଓଡିଏମ୍‌ ଏଜୁକେଶନାଲ ଗ୍ରୁପ୍‌ର ସିଓଓ ସ୍ବୟମ ଶତେନ୍ଦୁ କହିଥିଲେ , ଗତ ୩ ଦଶନ୍ଧି ଧରି ଓଡ଼ିଶା ଓ ଓଡ଼ିଶା ବାହାରେ ଏହି ଅନୁଷ୍ଠାନର ନାମ ରହିଛି। ଶିକ୍ଷାଦାନଠାରୁ ଆରମ୍ଭକରି ପରିବେଶ ଏବଂ ଶିକ୍ଷାଦାନ ବ୍ୟବସ୍ଥା ବିଶ୍ୱସ୍ତରୀୟ ହୋଇଥିବାରୁ ଏହାର ଚାହିଦା ମଧ୍ୟ ସେହି ଅନୁସାରେ ରହିଛି। ଫଳରେ ଅନୁଷ୍ଠାନର ବିଜ୍‌ନେସ ମ୍ୟାନେଜମେଣ୍ଟ ଶାଖାର ନାମକୁ ରି ବ୍ରାଣ୍ଡ କରି ନୂତନ ଭାବେ ଓଡିଏମ ବିଜ୍‌ନେସ ସ୍କୁଲ କରାଯାଇଛି। ଏହା ସବୁ ସ୍ତରରେ ଭଲ ହେବ ବୋଲି ଆଶା ଓ ବିଶ୍ୱାସ ରହିଛି ବୋଲି ସେ କହିଥିଲେ। ଅନୁଷ୍ଠାନର ଏହି ବିଜ୍‌ନେସ ସ୍କୁଲ ଆଗାମୀ ଦିନରେ ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିବ ବୋଲି ଆଶା ରହିଛି। ଅନୁଷ୍ଠାନ ବର୍ତ୍ତମାନ ସମୟରେ ଏମ୍‌ବିଏ ଏବଂ ପିଜିଡିଏମ ଭଳି ମ୍ୟାନେଜମେଣ୍ଟ ଶିକ୍ଷା ପ୍ରଦାନ କରୁଛି। ଅନୁଷ୍ଠାନର ପୂର୍ବତନ ନାମ ଏମ୍ସ ପରିବର୍ତ୍ତନ ହୋଇ ଓଡିଏମ୍‌ ବିଜ୍‌ନେସ ସ୍କୁଲ କରାଯାଇଥିବାରୁ ଏହାର ସମସ୍ତ ଛାତ୍ରୀଛାତ୍ର ଓ ଅଭିଭାବକ ଅନୁଷ୍ଠାନର ନୂତନ ନାମ ଓ ଓ୍ବେବ୍‌ସାଇଟରେ ସବିଶେଷ ସୂଚନା ପାଇପାରିବେ। ୨୦୨୧ ଶିକ୍ଷାବର୍ଷ ମଧ୍ୟ ଏହି ନୂତନ ନାମ ଓଡିଏମ ବିଜ୍‌ନେସ ସ୍କୁଲ ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି।

Share