ଓକିଲ ସଂଘ କାର୍ଯ୍ୟାଳୟକୁ ମହକିଲଙ୍କୁ ମନା

କଟକ ଅଫିସ,୧।୭: କରୋନା ସଂକ୍ରମଣକୁ ରୋକିବା ପାଇଁ କଟକ ଓକିଲ ସଂଘ ପକ୍ଷରୁ କେତେକ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ସଂଘ କାର୍ଯ୍ୟାଳୟ ପରିସରକୁ ମହକିଲଙ୍କ ପ୍ରବେଶକୁ ବାରଣ କରାଯାଇଛି। ସେହିଭଳି ଆଇନଜୀବୀମାନେ ସାଙ୍ଗରେ ପାଣି ବୋତଲ ଆଣି ଆସିବେ। କୌଣସି କର୍ମଚାରୀ ପାଣି କିମ୍ବା ଚା’ ବଣ୍ଟନ କରିବେ ନାହିଁ। କାର୍ଯ୍ୟାଳୟ ପରସିରକୁ ଆସିବା ପୂର୍ବରୁ ହାତ ଧୋଇବା, ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ସଂଘର ଅନ୍ତରୀଣ କମିଟି ପକ୍ଷରୁ ଏହି ନିର୍ଦେଶ ଜାରି ହୋଇଛି।

Share