Categories: ଜାତୀୟ

ନିଲାମ ହେଉଛି ମୋଦିଙ୍କ ଉପହାର, ଆପଣ ବି ଲଗାଇ ପାରିବେ ବୋଲ

ନୂଆଦିଲ୍ଲୀ,୨୪।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ବିଦେଶ ଗସ୍ତ ସମୟରେ ଗ୍ରହଣ କରିଥିବା ସମସ୍ତ ଉପହାରର ନିଲାମ ପୁଣି ଥରେ ଚାଲିଛି। ଅକ୍ଟୋବର ୨ ରୁ ଆରମ୍ଭ ହୋଇଥିବା ଏହି ନିଲାମ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ। ପ୍ରଧାନମନ୍ତ୍ରୀ ଗ୍ରହଣ କରିଥିବା ଉପହାରଗୁଡ଼ିକ ନିଲାମ କରାଯାଉଥିବା ବେଳେ ଏହା ହେଉଛି ପଞ୍ଚମ ସଂସ୍କରଣ। ଏଥିପାଇଁ pmmementos.gov.in ନାମକ ଏକ ୱେବସାଇଟ ତିଆରି କରାଯାଇଛି। ଏଥିରେ ୯୧୨ ଉପହାର ଅନ୍ତର୍ଭୁକ୍ତ, ଯେଉଁଥି ପାଇଁ ଅତିକମରେ ୨୦୦୦ ବିଡ ନିଲାମ ପାଇଁ ରଖାଯାଇଛି। ଏହି ୱେବସାଇଟକୁ ଯାଇ ଆପଣ ମଧ୍ୟ ଏଥିରେ ସାମିଲ ହୋଇପାରିବେ।

ପ୍ରଖ୍ୟାତ କଳାକାର ପରେଶ ମୋଦିଙ୍କ ଦ୍ୱାରା ଚିତ୍ରିତ ଭଗବାନ ଲକ୍ଷ୍ମୀନାରାୟଣ ବିଠଲ ଏବଂ ଦେବୀ ରୁକ୍ମଣୀଙ୍କ ବନାରସ ଘାଟ ଚିତ୍ର ପାଇଁ ସବୁଠାରୁ ଅଧିକ ବୋଲ ଲଗାଯାଇଛି। ଏଥିପାଇଁ ସର୍ବାଧିକ ୭୪.୫ ଲକ୍ଷ ଟଙ୍କା ବିଡ ଗ୍ରହଣ କରାଯାଇଛି। ନୂଆଦିଲ୍ଲୀର ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ନ ଆର୍ଟରେ ପ୍ରଧାନମନ୍ତ୍ରୀ ମୋଦି ଗ୍ରହଣ କରିଥିବା ଉପହାରର ଏହି ନିଲାମ ଅତ୍ୟନ୍ତ ସ୍ବତନ୍ତ୍ର।

Share