ନିଲାମ ହେଲା ସଲମାନଙ୍କ ଟାଓ୍ବେଲ, ଦାମ୍‌ ଜାଣିଲେ…

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଲୋକପ୍ରିୟ ‘ଜିନେ କେ ହେ ଚାର୍‌ ଦିନ’ ଗୀତରେ ବ୍ୟବହାର କରିଥିବା ଟାଓ୍ବେଲ ନିଲାମ ହୋଇଛି। କେହି ଜଣେ ପ୍ରଶଂସକ ଟାଓ୍ବେଲଟିକୁ ୧.୪୨ ଲକ୍ଷରେ କିଣିଥିବା ଜଣାପଡ଼ିଛି। ଏଥିରୁ ମିଳିଥିବା ଅର୍ଥ ଦାତବ୍ୟ ଅନୁଷ୍ଠାନକୁ ପ୍ରଦାନ କରାଯିବ ବୋଲି କୁହାଯାଇଛି। ନିଜ ପ୍ରିୟ କଳାକାରଙ୍କ ସାମଗ୍ରୀ ବ୍ୟବହାର କରିବା ଲାଗି ପ୍ରାୟ ସବୁ ପ୍ରଶଂସକ ଇଚ୍ଛା ପ୍ରକାଶ କରିଥାନ୍ତି। ସେଥିପାଇଁ ସେମାନେ ଯେତେ ଟଙ୍କା ବି ପଡୁ ଦେବାକୁ ପ୍ରସ୍ତୁତ ଥାଆନ୍ତି। ଯାହାକି ଏବେ ପ୍ରମାଣ ମିଳିଛି।

ଫିଲ୍ମ ‘ମୁଝ୍‌ସେ ଶାଦୀ କରୋଗୀ’ର ସଲମାନ ଖାନ୍‌ଙ୍କ ଏହି ଗୀତ ଏବେ ବି ଲୋକପ୍ରିୟ ଟ୍ରାକ୍‌ରେ ରହିଛି। ଏହି ଗୀତରେ ସେ ଏକ ଟାଓ୍ବେଲ ସହିତ କିଛି ଷ୍ଟେପ୍‌ କରିଥିବା ଦୃଶ୍ୟକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଏହା ଗୀତର ହୁକ୍‌ ଷ୍ଟେପ୍‌ ଥିଲା। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏହି ଗୀତରେ ସଲମାନ ବ୍ୟବହାର କରିଥିବା ଟାଓ୍ବେଲକୁ ଏକ ଚାରିଟେବଲ ଟ୍ରଷ୍ଟକୁ ଦାନ ପାଇଁ ନିଲାମ କରାଯାଇଛି। ଏହି ଟାଓ୍ବେଲକୁ ୧.୪୨ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି।

Share