ମୁମ୍ବାଇ,୨୩ା୭: ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିବା ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ଅଭିଯୁକ୍ତ ରାଜ୍ କୁନ୍ଦ୍ରାଙ୍କ କୋର୍ଟରେ ଶୁଣାଣି କରାଯାଇଥିଲା। ତଦନ୍ତ ପାଇଁ ମୁମ୍ବାଇ ପୋଲିସ ୭ ଦିନ ପର୍ଯ୍ୟନ୍ତ ରିମାଣ୍ଡ ମାଗିଥିଲା। ତେବେ ଏହି ରିମାଣ୍ଡ ପୂର୍ବରୁ ଜୁଲାଇ ୨୩ ତାରିଖ ଯାଏ ଥିବା ବେଳେ ବର୍ତ୍ତମାନ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ସୂଚନାଯୋଗ୍ୟ ଯେ, ୧୯ ଜୁଲାଇ ସୋମବାର ଅଶ୍ଳୀଳ ଫିଲ୍ମ ନିର୍ମାଣ ଏବଂ ମୋବାଇଲ୍ ଆପ୍ରେ ଷ୍ଟ୍ରିମିଂ ଅଭିଯୋଗରେ ଗିରଫ କରାଯାଇଥିଲା। ପୋଲିସ ସୂଚନାନୁଯାୟୀ, କୁନ୍ଦ୍ରା ଗିରଫ ହେବା ପରେ ୨୧ ଜୁଲାଇରେ କିଛି ଜରୁରୀ ଡାଟା ଡିଲିଟ୍ କରିଦେଇଛନ୍ତି। ଏହି ଡାଟାକୁ ରିକଭର କରାଯିବ। ଏହାବ୍ୟତୀତ କୁନ୍ଦ୍ରାଙ୍କୁ ନୋଟିସ୍ ପଠାଯାଇଥିଲା। ସେତେବେଳେ ସେ ଗୁଗୁଲ ଏବଂ ଆପଲ ଷ୍ଟୋରରୁ ହଟ୍ଷ୍ଟାର ପରି ଆପ୍ସକୁ ହଟାଇ ଦେଇଥିଲେ। ଏହା ପରେ କୁନ୍ଦ୍ରା ପଲିଫିଲ୍ମ ଆରମ୍ଭ କରିଥିଲେ। ଯାହା ତାଙ୍କର ଯୋଜନା ଥିଲା।