ଜାଭେଦ୍‌ ଅଲ୍ଲୀଙ୍କ ସଂଗୀତରେ ଝୁମିଲେ ଦର୍ଶକ

ଯାଜପୁର ଟାଉନ,୧୨।୨(ଡି.ଏନ.ଏ.): ଯାଜପୁର ଜିଲା ମହୋତ୍ସବର ୪ର୍ଥ ସନ୍ଧ୍ୟା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲିଉଡ୍‌ ଓ ଓଲିଉଡ୍‌ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଓଲିଉଡ୍‌ ଗାୟିକା ସୋହିନି, ଶଶାଙ୍କ ଶେଖର, ଅମ୍ରିତା ଭାରତୀ ପଣ୍ଡାଙ୍କ ସଂଗୀତ ଦର୍ଶକଙ୍କ ମନ ମୋହିଥିଲା। ଏହି କାର୍ଯ୍ୟକ୍ରମକୁ ଅନିତା ମିଶ୍ର ସଞ୍ଚାଳନ କରିଥିଲେ। ସେହିପରି ବଲିଉଡ୍‌ର ପ୍ରସିଦ୍ଧ କଳାକାର ଜାଭେଦ ଅଲ୍ଲୀ ”ତେରି ଝଲକ୍‌ କା ସର୍ଫି ଶ୍ରୀୱଲ୍ଲି ନୈନା ମଦଦ୍‌ ବର୍ଫି…“, ”ତୁ ହି ହକିକତ୍‌ ଆର୍‌ଜୁ…“ ”ତୁ ମେରୀ ଆଧୁରୀ ପ୍ୟାସ୍‌ ପ୍ୟାସ୍‌…“ ”କଜ୍‌ରାରେ କଜ୍‌ରା ରେ…“ ”ତୁ ଜୋ ମିଲା…“ ସଂଗୀତ ପରିବେଷଣ କରିଥିଲେ। ଏଥିରେ ଦର୍ଶକ ବେଶ୍‌ ଝୁମିଥିଲେ। ମହୋତ୍ସବରେ ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ଉପସ୍ଥିତ ଥିବା ଦେଖିବାକୁ ମିଲିଥିଲା। ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ପୋଲିସ ପ୍ରଶାସନ ପକ୍ଷରୁ ଭିଡ ନିୟନ୍ତ୍ରଣ ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

Share