ରିକି କେଜ୍‌ଙ୍କ ସଙ୍ଗୀତରେ ଝୁମିଲେ  ଦର୍ଶକ

ଭୁବନେଶ୍ବର,୨୪।୧୧: ରାଜ୍ୟର ଯୁବପିଢ଼ିଙ୍କ ମଧ୍ୟରେ ଜଳବାୟୂ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସଚେତନତା କରିବା ପାଇଁ ଶୁକ୍ରବାର ‘ଯୁବ ସମ୍ମିଳନୀ’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ‘ଧରିତ୍ରୀ’ର ୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ  ଅନୁଷ୍ଠିତ ଏହି ୟୁଥ୍‌ କନ୍‌କ୍ଲେଭ୍‌ରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଯୁବ ପରିବେଶବିତ୍‌ମାନେ ଯୋଗଦେଇଛନ୍ତି। ଦୁଇଟି ଅଧିବେଶନ କାର୍ଯ୍ୟକ୍ରମ ହୋଇଯାଇଛି।
ପ୍ରଥମ ପଯର୍ଯ୍ୟାୟ ଶେଷ ହୋଇଥିବା ବେଳେ ଅପରାହ୍ନରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାରତୀୟ ମ୍ୟୁଜିକ୍‌ କମ୍ପୋଜର ରିକି କେଜ୍‌ ତାଙ୍କ ଟିମ୍  ସହ ଯୋଗ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।
ଜଣେ ପରିବେଶବିତ୍‌ ଭାବେ ମଧ୍ୟ ତାଙ୍କର ଆଉ ଏକ ପରିଚୟ ରହିଛି। ତିନିଥର ଗ୍ରାମୀ ଆୱାର୍ଡ ପାଇଥିବା ରିକି ତାଙ୍କ ସଙ୍ଗୀତରେ ପରିବେଶକୁ ସ୍ଥାନ ଦେଇଥାନ୍ତି। ନ୍ୟୁୟର୍କ, ଜେନେଭାସ୍ଥିତ ଜାତିସଂଘ କାର୍ଯ୍ୟାଳୟ ସମେତ ୩୦ ରାଷ୍ଟ୍ରରେ ସେ ସଙ୍ଗୀତ ପରିବେଷଣ କରି ବିଶ୍ୱବାସୀଙ୍କ ହୃଦୟ ଜିଣିଛନ୍ତି। ରିକିଙ୍କ ଲାଇଭ୍‌ କନସର୍ଟ ଦେଖି ସମସ୍ତ ଦର୍ଶକ ଖୁସିରେ ଝୁମିଛନ୍ତି।
Share