Categories: ଖେଳ

କୋହଲିଙ୍କ ଠାରୁ ଏମିତି ‘ଅର୍ଦ୍ଧଶତକ’ ଆଶା କରି ନ ଥିଲେ ଦର୍ଶକ

ଲିଡ୍ସ,୨୬।୮: ଭାରତୀୟ ଅଧିନାୟକ ବିରାଟ କୋହଲି ପଡ଼ିଆକୁ ଓହ୍ଲାଇବା ମାତ୍ରେ ତାଙ୍କଠାରୁ ବଡ ଇନିଂସ ଆଶା କରାଯାଏ, କିନ୍ତୁ କିଛି ଦିନ ହେବ କୋହଲିଙ୍କ ଉପରେ ଯେମିତି କାହା ନଜର ପଡିଯାଇଛି। ଗୋଟିଏ ପରେ ଗୋଟିଏ ଇନିଂସରେ ସେ ବିଫଳ ହେବା ତାହା ପ୍ରମାଣ କରୁଛି। ଗତ ୫୦ଟି ଅନ୍ତର୍ଜାତୀୟ ଇନିଂସରେ ସେ ଶତକ ହାସଲ କରିନାହାଁନ୍ତି। ଲିଡ୍ସ ଟେଷ୍ଟରେ ୭ ରନ ସ୍କୋର କରିବା ପରେ କୋହଲି ଆଉଟ ହୋଇଥିଲେ। ଏହା ସହ ତାଙ୍କ ଶତକର ମରୁଡ଼ି ୫୦ ଇନିଂସରେ ପହଞ୍ଚିଛି।
୨୨ ନଭେମ୍ବର ୨୦୧୯ ରେ ବାଂଲାଦେଶ ବିପକ୍ଷରେ ବିରାଟ କୋହଲି ତାଙ୍କର ଶେଷ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ସେ କୋଲକାତା ଟେଷ୍ଟରେ ୧୩୬ ରନ ସ୍କୋର କରିଥିଲେ। ଏହି ଟେଷ୍ଟ ପରେ ସେ ଅନ୍ତର୍ଜାତୀୟ କ୍ରିକେଟ ରେ ୫୦ ଇନିଂସ ଖେଳିଛନ୍ତି, କିନ୍ତୁ ଗୋଟିଏ ବି ଶତକ ହାସଲ କରିନାହାଁନ୍ତି। ବିରାଟ କୋହଲି ତାଙ୍କ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ମରୁଡ଼ି ପରିସ୍ଥିତି ଦେଖିଛନ୍ତି। ଏହାପୂର୍ବରୁ ସେ ୨୫ ଇନିଂସରେ ଶତକ ହାସଲ କରିପାରି ନ ଥିଲେ। ୨୦୨୦ ମସିହାରୁ ହାରାହାରି ୨୩ ରନ ସଂଗ୍ରହ କରିଛନ୍ତି। ୧ ଜାନୁଆରୀ ୨୦୨୦ ଠାରୁ ବିରାଟ କୋହଲି ୧୧ଟି ଟେଷ୍ଟ ମ୍ୟାଚରେ ମାତ୍ର ୪୧୪ ରନ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି। ଗତ ୧୦ ଟି ଟେଷ୍ଟରେ ତାଙ୍କର ହାରାହାରି ମାତ୍ର ୨୪.୫୬ ରହିଛି।

Share