Posted inଖେଳ

ସାମ୍ନାକୁ ଆସିଲା ସତ: ଭାରତୀୟ ବୋଲର୍‌ଙ୍କୁ ଏମିତି କହି ଗାଳି ଦେଲେ ଦର୍ଶକ

ସିଡନୀ, ୧୦।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଚାଲିଥିବା ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆର କିଛି ଦର୍ଶକ ସମସ୍ତ ସୀମା ଅତିକ୍ରମ କରିଥିଲେ। ବିସିସିଆଇ ସୂତ୍ର ଅନୁଯାୟୀ, ପଡ଼ିଆରେ ଉପସ୍ଥିତ ଥିବା କିଛି ଦର୍ଶକ ଫିଲ୍ଡିଂ କରୁଥିବା ମହମ୍ମଦ ସିରାଜଙ୍କୁ ଦୁର୍ବ୍ୟବହାର କରିବା ସହିତ ବିଗ ମଙ୍କି ଏବଂ ବ୍ରାଉନ ଡଗ ବୋଲି କହିଥିଲେ। ଏହାକୁ ନେଇ ଆଇସିସି ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡକୁ ଜବାବ ତଲବ କରିଛି। ସୂଚନାଯୋଗ୍ୟ, ମ୍ୟାଚ୍‌ର ତୃତୀୟ ଦିନରେ ଦର୍ଶକ ଭାରତୀୟ ବୋଲର୍‌ ମହମ୍ମଦ ସିରାଜଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଉଭୟ ଜସପ୍ରୀତ ବୁମରା ଏବଂ ସିରାଜ ମଧ୍ୟ ଏ ବିଷୟରେ ଅଭିଯୋଗ କରିଥିଲେ। କ୍ରମାଗତ ଦ୍ୱିତୀୟ ଦିନ ସିଡନୀରେ ଉପସ୍ଥିତ ଦର୍ଶକମାନେ ସିରାଜଙ୍କୁ ଦୁର୍ବ୍ୟବହାର କରିଥିଲେ। ମ୍ୟାଚର ଚତୁର୍ଥ ଦିନରେ ଚା ସମୟ ପୂର୍ବରୁ ୮୬ତମ ଓଭର ଶେଷ ହେବା ପରେ ପଡ଼ିଆରେ ସବୁକିଛି ସ୍ବାଭାବିକ ଥିଲା। ବୋଲିଂ ପରେ ଫିଲ୍ଡିଂ କରିବାକୁ ଯାଇଥିବା ସିରାଜ ପୁଣିଥରେ ଜାତିଗତ ମନ୍ତବ୍ୟର ସମ୍ମୁଖୀନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୁମ୍‌ରାଙ୍କ ପାଇଁ କାଳ ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୭।୧୧: ଭାରତୀୟ ବୋଲର୍‌ ଜସପ୍ରିତ ବୁମ୍‌ରା ନିଜର ସ୍ବତନ୍ତ୍ର ବୋଲିଂ ଶୈଳୀକୁ ନେଇ ସାରା ବିଶ୍ୱରେ ପରିଚିତ। ତାଙ୍କ ସାମ୍ନାରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନ ଅଧିକ...

ହକିରେ ଇତିହାସ ରଚିଲା ଓଡ଼ିଶା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୧୧(ସରୋଜ ଜେନା): ଚେନ୍ନାଇରେ ଅନୁଷ୍ଠିତ ୧୪ତମ ଜାତୀୟ ସିନିୟର ହକି ଚାମ୍ପିୟନଶିପ୍‌ରେ ଶନିବାର ହରିୟାଣାକୁ ୫-୧ରେ ହରାଇ ଓଡ଼ିଶା ପ୍ରଥମ ଥର ଚାମ୍ପିୟନ ଆଖ୍ୟା ଅର୍ଜନ...

ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ନେଇ ଆଇସିସିର ବଡ଼ ଘୋଷଣା: ଭାରତ ଆସିବ ଚାମ୍ପିଅନ୍ସ ଟ୍ରଫି…

ନୂଆଦିଲ୍ଲୀ,୧୬।୧୧: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ର କାର୍ଯ୍ୟସୂଚୀକୁ ଉତ୍ସାହର ସହିତ ଅପେକ୍ଷା କରିଛି। ଏହି ଟୁର୍ନାମେଣ୍ଟକୁ ପାକିସ୍ତାନ ଆୟୋଜନ କରିବାକୁ ଥିବା ବେଳେ ପାକିସ୍ତାନ...

ଟିମ୍‌ ଇଣ୍ଡିଆରେ ଆଉ ନଜର ଆସିବେନି ସୂର୍ଯ୍ୟକୁମାର ଯାଦବ! ମନେ ପକାଇବେ ପ୍ରଶଂସକ, ଏ ହେଉଛି କାରଣ…

ନୂଆଦିଲ୍ଲୀ,୧୬।୧୧: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ସ୍ମରଣୀୟ ପାଲଟିଛି। ଦଳ ୪ ମ୍ୟାଚ୍‌ର ଟି୨୦ ସିରିଜର ୩-୧ରେ ବାଜି ମାରିଛି।...

ମାର୍କ କିଙ୍ଗ୍‌ ୫ ବର୍ଷ ବାସନ୍ଦ

ଶିଫିଲ୍ଡ, ୧୬ା୧୧ (ଏପି): ଇଂଲିଶ ସ୍ନୁକର ଖେଳାଳି ମାର୍କ କିଙ୍ଗ୍‌ଙ୍କୁ ଶୁକ୍ରବାର ୫ ବର୍ଷ ବାସନ୍ଦ କରାଯାଇଛି। ମ୍ୟାଚ ଫିକ୍ସିଂ କରିବା ଓ ଟୁର୍ନାମେଣ୍ଟର ଭିତିରି...

ଆଇପିଏଲ୍‌ ନିଲାମିରେ ୫୭୪ ଖେଳାଳି

ନୂଆଦିଲ୍ଲୀ, ୧୬ା୧୧ (ପି.ଟି.): ଆଗାମି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୫ ପାଇଁ ଖେଳାଳି ନିଲାମି ନଭେମ୍ବର ୨୪ ଓ ୨୫ରେ ସାଉଦି ଆରବର ଜେଦାହଠାରେ...

ରୋହିତ ଶର୍ମାଙ୍କ ବଡ଼ ରେକର୍ଡ ଭାଙ୍ଗିଦେଲେ ତିଳକ ବର୍ମା

ସେଞ୍ଚୁରିୟନ୍‌,୧୬।୧୧: ତିଳକ ବର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିସ୍ଫୋରକ ପ୍ରଦର୍ଶନ କରି କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍‌ରେ ଟିମ...

ଦ୍ଵିତୀୟ ଥର ପାଇଁ ବାପା ହେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୬/୧୧: ଖୁସି ଖବର ଦେଲେ ଭାରତୀୟ କ୍ରିକେଟର ରୋହିତ ଶର୍ମା। ସେ ଦ୍ଵିତୀୟ ଥର ପାଇଁ ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ରିତିକା ଏକ ପୁତ୍ର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri