Advertisement

ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ ଭାଇଚାରା, ଶାନ୍ତି ସଦ୍‌ଭାବନା ପାଇଁ ନିଆରା ପ୍ରୟାସ

ଦାରିଙ୍ଗବାଡି,୩।୧ (ଅରୁଣ ସାହୁ ): କନ୍ଧମାକ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଲାଦାମାଲା ଗ୍ରାମରେ ନୂତନ ବର୍ଷରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ  ଗୁରୁବାର ସାଂସ୍କୃତିକ କାର୍ଯ୍ୟକ୍ରମ ବଡ଼ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟକ୍ରମକରେ ସରପଞ୍ଚ ଅମିତା ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥିଭାବେ ଗ୍ରାମର ବିଶିଷ୍ଠ ଶିଳ୍ପପତି ଜିତେନ୍ଦ୍ର କୁମାର ସାହୁ ଯୋଗଦେଇଥିଲେ। ପ୍ରଥମେ ଗ୍ରାମର ରଞ୍ଜନ ଦିଗାଲ ମଞ୍ଚାସିନ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ ପରେ ରେଭେନ୍ଦେର ଯୋହନ ଦିଗାଲ ଯୀଶୁଖ୍ରୀଷ୍ଟଙ୍କ ବାଣୀ ଶୁଣାଇଥିଲେ।
ସେହିପରି ପାଳକ ଜଳେଶ୍ୱର ପ୍ରଧାନ ବାଇବଲ ପଠନ ଓ ସାମୁହିକ ପ୍ରାର୍ଥନା କରିଥିଲେ। ମଞ୍ଚରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ କମିଟିର ସଭାପତି ଦେବାନନ୍ଦ ଦିଗାଲ, ସମ୍ପାଦକ ଦୁର୍ବାସା ପ୍ରଧାନ, ସରପଞ୍ଚ ପ୍ରତିନିଧି ପରମେ ପ୍ରଧାନ, ଶିକ୍ଷକ ଥୋମାସ ଦିଗାଲ,ମାନୁରାଜ ଦିଗାଲ, ଏଲିଆସ ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥିମାନେ ଲାଦାମାଲା ଗ୍ରାମରେ ଏଭଳି ଦିର୍ଘବର୍ଷ ଧରି ଶାନ୍ତି, ସଦଭାବନା, ଭାଇଚାରା ଓ ଛାତ୍ରୀଛାତ୍ର ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠିର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ପ୍ରତିବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ କରୁଥିବାରୁ ପ୍ରଂଶସା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ। ଗ୍ରାମର ବିକାଶ ପ୍ରଧାନଙ୍କ ମଞ୍ଚ ପରିଚାଳନାରେ ଛାତ୍ରୀଛାତ୍ର ମାନେ ପାରମ୍ପରିକ ନୃତ୍ୟ, କ୍ଷୁଦ୍ର ନାଟକ ପରିବେଷଣ କରିବା ସହ ମର୍ଡନଡ୍ୟାନ୍ସ ଆଦି କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share