ମହିଳାଙ୍କ ସହ ପୋଲିସ ବାବୁଙ୍କ ଅଶ୍ଳୀଳ ବାର୍ତ୍ତାଳପର ଅଡିଓ ଭାଇରାଲ, ମୋବାଇଲରେ ମହିଳାଙ୍କୁ ….

ନିଶ୍ଚିନ୍ତକୋଇଲି, ୬।୯(ଅଶୋକ କୁମାର ମହାପାତ୍ର): ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ଭଦ୍ରେଶ୍ୱର ଥାନାର ଜଣେ ପୋଲିସବାବୁଙ୍କ ସହ ଆଉ ଜଣେ ମହିଳାଙ୍କ ପ୍ରେମ ଗପର ଅଡିଓ ଏବଂ ଫଟୋ ଭାଇରାଲ ହେଉଛି। ଏଥିରେ ଉଭୟେ ଅତ୍ୟନ୍ତ ଅନ୍ତରଙ୍ଗ ମୁହୂର୍ତ୍ତର ବାର୍ତ୍ତାଳାପ କରୁଛନ୍ତି। ବିଳମ୍ବିତ ରାତିରେ ଏଭଳି ଅଶ୍ଳୀଳ ବାର୍ତ୍ତାଳାପର ଅଡିଓ ଭାଇରାଲ ହେବା ପରେ ଏବେ ହରଡ଼ଘଣାରେ ପଡ଼ିଛନ୍ତି ସମ୍ପୃକ୍ତ ପୋଲିସବାବୁ। ଘଟଣାକୁ ଚପାଇ ଦେବାକୁ ଭରପୂର ପ୍ରୟାସ କରୁଛନ୍ତି। ଏହି ଘଟଣା ସମଗ୍ର ମାହାଙ୍ଗା ନିର୍ବାଚନମଣ୍ଡଳୀରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଭାଇରାଲ୍‌ ଅଡିଓ ସମ୍ପର୍କରେ ସମ୍ପୃକ୍ତ ପୋଲିସ ବାବୁଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିବାରୁ ସେ ଏହାକୁ ଅସ୍ବୀକାର କରିବା ସହ ପ୍ରସଙ୍ଗ ଏଡ଼ାଇ ଦେବାକୁ ଚେଷ୍ଟା କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଭଦ୍ରେଶ୍ୱର ଅଞ୍ଚଳର ଜଣେ ବିବାହିତା ମହିଳା ନିଜର ବିବାଦୀୟ ଘଟଣାର ସମାଧାନ ନିମନ୍ତେ ଭଦ୍ରେଶ୍ୱର ଥାନାକୁ ଯାଇଥିଲେ। ମହିଳାଙ୍କ ସମସ୍ୟାର ସମାଧାନ ଓ ତାଙ୍କ ସରଳତାର ସୁଯୋଗ ନେଇ ପୋଲିସବାବୁ ଜଣଙ୍କ ମହିଳାଙ୍କୁ ନିଜର ପ୍ରେମ ଫାଶରେ ପକାଇବାକୁ ସକ୍ଷମ ହୋଇଥିଲେ। ଧୀରେ ଧୀରେ ପୋଲିସ ବାବୁ ଓ ମହିଳାଙ୍କ ମଧ୍ୟରେ ଗଢ଼ି ଉଠିଥିବା ପ୍ରେମ ସମ୍ପର୍କ ଅତି ନିବିଡ ଓ ମଧୁର ହୋଇଯାଇଥିଲା। ଫଳରେ ସମ୍ପୃକ୍ତ ମହିଳା ଜଣକ ଥାନାକୁ ବାରମ୍ବାର ଯିବା ଆସିବା କରୁଥିଲେ। ବିଳମ୍ବିତ ରାତ୍ରି ଯାଏ ମୋବାଇଲରେ ପୋଲିସବାବୁ ମହିଳାଙ୍କ ସହ ଅଶ୍ଳୀଳ ବାର୍ତ୍ତାଳାପ କରୁଥିବା ଭାଇରାଲ ଅଡ଼ିଓରୁ ଜଣାପଡୁଛି। ଏପରି କି ବାର୍ତ୍ତାଳାପର ଅଡିଓ ସହ ଏକ ସେଲ୍‌ଫି ଫଟୋ ସ୍ଥାନୀୟ ଅଞ୍ଚଳରେ ଭାଇରାଲ ହେବାରେ ଲାଗିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପ୍ରେମାଳାପ ଅଡିଓଟି ଅଶ୍ଳୀଳ ଭାଷାର ସବୁ ସୀମା ଟପିଯାଇଛି। ଏଭଳି ଭାଷା ଜଣେ ବିବାହିତା ମହିଳାଙ୍କ ସହ ଜଣେ କର୍ତ୍ତବ୍ୟରତ, ଦାୟିତ୍ୱ ସମ୍ପନ୍ନ ପୋଲିସବାବୁ କଥା ହୋଇପାରନ୍ତି ତାହା କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ତେବେ ପୋଲିସବାବୁ ଓ ମହିଳାଙ୍କ ମଧ୍ୟରେ ଏପରି ଗୁପ୍ତ ପ୍ରଣୟର ବାର୍ତ୍ତାଳାପକୁ କିଏ କେଉଁ ଉଦ୍ଦେଶ୍ୟରଖି ଭାଇରାଲ କଲା ସେନେଇ ଚର୍ଚ୍ଚା ଜୋର ଧରିଛି। ଅପରପକ୍ଷରେ ଥାନାବାବୁ ଜଣେ ବିବାହିତା ମହିଳାଙ୍କୁ ପ୍ରେମ ଜାଲରେ ଫସାଇବାକୁ ଯାଇ ନିଜେ ଫସିଯାଇଛନ୍ତି। ତେବେ ଘଟଣା ସମ୍ପର୍କରେ ଥାନାବାବୁଙ୍କୁ ପଚାରିବାରେ ଭାଇରାଲ ହେଉଥିବା ଅଡିଓଟି ତାଙ୍କର ନୁହଁ ବୋଲି କହିଛନ୍ତି। ଅପରପକ୍ଷେ ଘଟଣାକୁ ନେଇ ମାହାଙ୍ଗା ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯିବା ସହ ଭାଇରାଲ ଅଡିଓର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ପୋଲିସ ଉଚ୍ଚ କର୍ତ୍ତୃପକ୍ଷ ଏହି ବାର୍ତ୍ତାଳାପର ସ୍ବର ଫୋରେନସିକ୍‌ ଲାବୋରେଟୋରି ଦ୍ୱାରା ଯାଞ୍ଚ କରାଇଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିପାରିବ ବୋଲି କୁହାଯାଇଛି। ଏହି ଅଭିଯୋଗକୁ ଭଦ୍ରେଶ୍ୱର ଥାନା ଅଧିକାରୀ କାବୁଲି ବାରିକ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର,୧୬ା୯(ସତ୍ୟଜିତ୍‌ ରାଉତ): ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ୱର ଆସୁଛନ୍ତି। ଏଥିପାଇଁ ରାଜଧାନୀରେ ବିପୁଳ...

ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର

ଭବାନୀପାଟଣା/ନର୍ଲା,୧୬ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ନିକଟ ଜଙ୍ଗଲ ପାର୍ଶ୍ୱରୁ ଗତ ଶୁକ୍ରବାର ଏକ...

ଗଣେଶ ଭସାଣି ଗଣ୍ଡଗୋଳରୁ ଆକ୍ରମଣ: ବଡ଼ଭାଇ ମୃତ, ସାନ ଗୁରୁତର

ସୋରଡା,୧୬ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅଧୀନ ଅମୃତୁଲୁ ଗ୍ରାମରେ ଗଣେଶ ଭସାଣି ବେଳେ ହୋଇଥିବା ଏକ ବଚସା ୩ ଦିନ ପରେ ଉଗ୍ରରୂପ...

ନମ୍ବର ବିହୀନ ଗାଡ଼ିର ପିଛା କରି ମୋଷ୍ଟ ଓ୍ବାଣ୍ଟେଡ୍‌ ଭୁବନଙ୍କୁ ଧରିଲା ପୋଲିସ 

ନବରଙ୍ଗପୁର,୧୬।୯(ସଦାଶିବ ପ୍ରହରାଜ): ହତ୍ୟା, ଡକାୟତି ଭଳି ଘଟଣାରେ ସମ୍ପୃକ୍ତ ଜଣେ ମୋଷ୍ଟ ୱାଣ୍ଟେଡ୍‌ଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ...

ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ...

ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା

କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍‌ ଯୋଗେ...

ଚିନ୍ତା ବଢ଼ାଉଛି ଜଙ୍ଗଲରେ ଗଞ୍ଜେଇ ଚାଷ

ଦାରିଙ୍ଗବାଡି,୧୬।୯(ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଘଞ୍ଚ ଜଙ୍ଗଲରେ ହେଉଛି ଗଞ୍ଜେଇ ଚାଷ। ସପ୍ତାହକ ମଧ୍ୟରେ ପୋଲିସ ଜଙ୍ଗଲରୁ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ...

ରାସ୍ତା କଡ଼ରେ ଛିଡା ହୋଇଥିବା କାରକୁ ପିଟିଲା କାର୍‌: ଦୁଇ ଯାତ୍ରୀ ଗୁରୁତର

ବାଲିଗୁଡ଼ା:୧୬।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ୫୯ ନମ୍ବର ଜାତୀୟ ରାଜପଥ ବାଲିଗୁଡ଼ା ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri