ମାନବିକତା ଦେଖାଇଲେ ଅଟୋ ଚାଳକ, କଲେ ଏମିତି…

ବ୍ରଜରାଜନଗର,୧୧ା୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ବସ୍‌ଷ୍ଟାଣ୍ଡରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଥିବା ଅଟୋ ଚାଳକ ଜିତେନ୍ଦ୍ର ନିଶାଦ ଜଣେ ରେଳ କର୍ମଚାରୀଙ୍କ ପର୍ସ ସହ ନଗଦ ଟଙ୍କା ଓ ଦରକାରୀ କାଗଜପତ୍ର ଫେରାଇ ମଣିଷପଣିଆ ଦେଖାଇଛନ୍ତି। ଜିତେନ୍ଦ୍ର ବୁଧବାର ସନ୍ଧ୍ୟାରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ରାସ୍ତା ପାଖରୁ ଏକ ପର୍ସ ପାଇଥିଲେ। ଏଥିରେ ୨୫ ଶହ ଟଙ୍କା ସହ ଏଟିଏମ୍‌, ଆଧାର, ପ୍ୟାନ୍‌ କାର୍ଡ ଆଦି ରହିଥିଲା। ତୁରନ୍ତ ଜିତେନ୍ଦ୍ର ରେଳ ଷ୍ଟେଶନ ଯାଇ ସେଠାରେ ସେଠାରେ ଲୋକଙ୍କୁ ପର୍ସ ଦେଖାଇଥିଲେ। ପରେ ଏହା ରେଳ କର୍ମଚାରୀ ଉମାକାନ୍ତ କୁମାରଙ୍କ ବୋଲି ଜଣାପଡିଥିଲା। ଗୁରୁବାର ସକାଳେ ଉମାକାନ୍ତଙ୍କୁ ଡକାଇ ଜିତେନ୍ଦ୍ର ତାଙ୍କ ପର୍ସ ଫେରାଇଛନ୍ତି। ସେହିପରି ୨ବର୍ଷ ତଳେ ଜିତେନ୍ଦ୍ର ରାଜାମୋହନ ରାସ୍ତାରୁ ୨୦ ହଜାର ଟଙ୍କା ଭର୍ତ୍ତି ଏକ ବ୍ୟାଗ ପାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫେରାଇଥିଲେ। ତାଙ୍କର ଏପରି କାର୍ଯ୍ୟକୁ ସହରବାସୀ ପ୍ରଶଂସା କରିଛନ୍ତି।

Share