Advertisement

ଦୀର୍ଘବର୍ଷ ଧରି ବନ୍ଦ ପଡ଼ିଛି ଆୟୁର୍ବେଦିକ ଚିକିତ୍ସାଳୟ

ବାଲିଗୁଡ଼ା,୧୦ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତର ବିଲାବାଡ଼ିଠାରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ଦୀର୍ଘବର୍ଷ ହେବ ବନ୍ଦ ରହିଛି। ଗ୍ରାମବାସୀ ଅଭିଯୋଗ ମୁତାବକ ବିଲାବାଡ଼ିଠାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତଥା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ବନ୍ଦ ରହିଥିବାରୁ ଅଞ୍ଚଳବାସୀ ବହୁତ ଅସୁବିଧା ସମୁଖୀନ ହେଉଥିବା କହିଛନ୍ତି। ଅନ୍ୟ ପଟେ ସରକାର ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଦୀର୍ଘବର୍ଷ ଧରି ଚିକିତ୍ସାଳୟ ବନ୍ଦ ଥିଲେ ମଧ୍ୟ ବିଭାଗୀୟ ଚୁପ୍‌ ରହିଛି। ଯାହାକୁ ନେଇ ବିଲାବାଡ଼ି ଗ୍ରାମର ଶତାଧିକ ମହିଳା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟରେ ଉପସ୍ଥିତ ରହି ବନ୍ଦ ଥିବା ଚିକିତ୍ସାଳୟକୁ ତୁରନ୍ତ ଖୋଲିବା ନିମନ୍ତେ ସରକାରଙ୍କୁ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share