Advertisement

ବାଲ୍‌ ଧନୁଯାତ୍ରାରେ କଂସ ରାଜୁତି ଆରମ୍ଭ

ମଥୁରାନଗରୀ,୧୦।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲରେ ଗୁରୁବାର ସନ୍ଧ୍ୟାରେ ବାଲ୍‌ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ଜିଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଜ୍ୟୋତିକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବରଗଡ଼ ଧନୁଯାତ୍ରା ଭଳି ବାଲ୍‌ ଧନୁଯାତ୍ରାରେ ମଧ୍ୟ କଂସ ରାଜୁତି ଆରମ୍ଭ ହୋଇଛି। କଂସ ସମେତ ଅନ୍ୟ ଚରିତ୍ର ଗୁଡ଼ିକରେ ବିଦ୍ୟାଳୟର ୩୨ଛାତ୍ରୀ ଚିତ୍ତାକର୍ଷକ ଅଭିନୟ କରୁଛନ୍ତି। ପିଲାମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ସହିତ ବାଲ୍‌ ଧନୁଯାତ୍ରା ମାଧ୍ୟମରେ ବିଭିନ୍ନ ଶିକ୍ଷଣୀୟ ବିଷୟବସ୍ତୁ ଉପରେ ସଚେତନତା ସୃଷ୍ଟି କରିବା ଏହି ମହୋତ୍ସବର ଉଦ୍ଦେଶ୍ୟ ରହିଛି। ନାଟ୍ୟକାର ନକୁଳ ବାଦୀ ଶିଶୁ କଳାକାରମାନଙ୍କୁ ନିର୍ଦ୍ଦେଶନା ଦେଇଛନ୍ତି। ଆସନ୍ତା ୧୧ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share