ଆରଡ଼ି,୧୯ା୧୧(ଡି.ଏନ୍.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଆସନ୍ତା ୨୩ ତାରିଖ (ସୋମବାର) ଖୋଲିବାକୁ ଯାଉଛି । ଏ ସଂକ୍ରାନ୍ତରେ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ନିଷ୍ପତ୍ତି ଅନୁସାରେ ସକାଳ ୬ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ସର୍ବସାଧାରଣରେ ଦର୍ଶନ ମିଳିପାରିବ। ଶନିବାର ଦର୍ଶନ ବନ୍ଦ ରହିବ। କୋଭିଡ୍ ନିୟମ ପାଳନ କରି ଭକ୍ତମାନେ ମନ୍ଦିରକୁ ପ୍ରବେଶ କରିପାରିବେ । ୧୦ ବର୍ଷରୁ କମ ବୟସର ପିଲା ଓ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ବାରଣ କରାଯାଇଛି।