ନିରାକାରପୁର,୧୯।୨(ଡି.ଏନ୍.ଏ.): ପରିବାର ସହ ଜାଗର ଜାଳିବାକୁ ଯାଇଥିବା ବେଳେ କୂଅରେ ପଡ଼ି ଚାଲିଗଲା ଶିଶୁଙ୍କ ଜୀବନ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଞ୍ଚଳରେ। ରମାବିଲିର ଇଷ୍ଟ ଦେବ ବାବା ଶ୍ରୀ ନୀଳକଣ୍ଠେଶର ଦେବଙ୍କ ପୀଠକୁ ପରିବାର ସହ ଜାଗର ଜାଳିବାକୁ ଯାଇଥିବା ସମୟରେ ଅସାବଧାନତାରୁ କୂଅରେ ପଡି ଶିଶୁଙ୍କର ମୃତ୍ୟୁ ଘଟଛି। ଶିଶୁ ଜଣକ ହେଲେ ହିମାଂଶୁ ବିଶ୍ୱକର୍ମା ଓରଫ ହାପି (୮)। ପୁଅକୁ ବହୁ ଖୋଜାଖୋଜି ପରେ କୂଅରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ହାପିଙ୍କୁ ଉଦ୍ଧାର କରାଯାଇ ଖୁରଧା ମେଡିକାଲରେ ଭର୍ତ୍ତିକରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବରପାଇ ଜଙ୍କିଆ ପୋଲିସ ପହଞ୍ଚି ଅପମୃତ୍ୟୁ ମାମଲା ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡିଛି।