ଶିଶୁପୁତ୍ରର ଯୌନାଙ୍ଗ କାଟିନେଲେ ଦୁର୍ବୃତ୍ତ

ପାଟଣା,୮ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ଭୃଙ୍ଗରାଜପଶି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶନିବାର ଜଣେ ୨ ବର୍ଷ ୨ ମାସ  ଶିଶୁପୁତ୍ରର ଯୌନାଙ୍ଗକୁ କେହି ଦୁର୍ବୃତ୍ତ ପୂର୍ବ ଶତ୍ରୁତାରୁ କାଟି ନେଇ ଯାଇଥିବା ଜଣାପଡ଼ିଛି। ଶିଶୁ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଦେବଶର୍ମା ମୁଣ୍ଡାଙ୍କ ପୁଅ ରଞ୍ଜନ। ସେ ଶନିବାର ଖେଳୁଥିବା ସମୟରେ କେହି ଦୁର୍ବୃତ୍ତ ରଞ୍ଜନର ଯୌନାଙ୍ଗ କାଟି ନେଇ ପଳାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଏଭଳି ଅମାନବୀୟ ନୃଶଂସ ହିଂସା ଘଟିଥିବା ଶିଶୁପୁତ୍ରର ଜେଜେମା’ କହିଛନ୍ତି। ଶିଶୁପୁତ୍ରକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଶିଶୁପୁତ୍ରର ପରିବାର ଲୋକେ  ଏପରି କାଣ୍ଡ ଭିଆଇ ଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Share