ଶିଶୁକୁ ୬ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ଉଚିତ। ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ୬ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ପିଲାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ତନ୍ୟପାନ ଶିଶୁକୁ ଆବଶ୍ୟକ ପୁଷ୍ଟି ଯୋଗାଇଥାଏ।
କୁହାଯାଏ ଯେ ଶିଶୁ ୬ ମାସର ହେଲା ପରେ ତାକୁ ଏକ ବୋତଲରେ ପିଇବାକୁ ଦିଆଯାଇଥାଏ। ମାତ୍ର ବୋତଲରେ ପିଇବା ଶିଶୁର ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ମାତ୍ର ବୋତଲରେ ଶିଶୁମାନଙ୍କୁ ପିଆଇବା କ୍ଷତିକାରକ। ଜାଣନ୍ତୁ ସେ ସମ୍ପର୍କରେ
ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ
ବୋତଲରୁ ପିଆଇବା ଫଳରେ ପିଲାମାନଙ୍କୁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ମିଳି ନଥାଏ। ଅନେକ ଅନୁସନ୍ଧାନରେ ଦାବି କରାଯାଇଛି ଯେ, ସ୍ତନ୍ୟପାନ କରାଉଥିବା ଶିଶୁମାନେ ବୋତଲ କ୍ଷୀରରୁ ପିଉଥିବା ଶିଶୁଙ୍କ ଅପେକ୍ଷା ଅଧିକ ସ୍ବାସ୍ଥକର।
ଭବିଷ୍ୟତରେ ବୋତଲ ପିଉଥିବା ପିଲାମାନେ ମେଦବହୁଳତା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ଏହାଦ୍ୱାରା ପିଲାଙ୍କ ରୋଗ ପ୍ରତି ରୋଧକ ଶକ୍ତି ଦୁର୍ବଳ ହୋଇଯାଏ।
ସେମାନଙ୍କୁ ମଧ୍ୟ ସଂକ୍ରମଣ ହୋଇ ପାରେ। ଅନେକ ପିଲା ବୋତଲ କ୍ଷୀର ପିଇବା କାରଣରୁ ଡାଇରିଆ, ମୂତ୍ର ସଂକ୍ରମଣ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ।