![](https://www.dharitri.com/wp-content/uploads/2024/07/c231d315-a6f2-46d0-abbc-5ed4aecaf771.jpg)
ମୋରଡ଼ା,୩ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ତଥା ବେତନଟୀ ରେଞ୍ଜ ଅଧୀନ ଦୁର୍ଗାପୁର ପଞ୍ଚାୟତର ଅସନବଣି ଗ୍ରାମ ଦେଇଯାଇଥିବା ସୁବର୍ଣ୍ଣରେଖା ଶାଖା କେନାଲରେ ଏକ ହାତୀଛୁଆ ଗଳି ପଡିଥିଲା ଏବଂ ଉକ୍ତ ହାତୀ ଛୁଆଟି କେନାଲରୁ ବାହାରକୁ ବାହାରି ପାରି ନ ଥିଲା। ତେବେ ଉକ୍ତ ହାତୀଛୁଆକୁ ଦୁଇଟି ଦନ୍ତା ହାତୀ ଜଗି ରହିଥିବାର ଦେଖିବାକୁ ମିଳିଥିଲା। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ କେନାଲରେ ମାଟି ପୋତି ହାତୀ ଛୁଆକୁ କେନାଲରୁ କରିବା ପାଇଁ ଚେଷ୍ଟା କରିଥିଲେ। ତେବେ ହାତୀ ଛୁଆରୁ ସୁରକ୍ଷାକୁ ନେଇ ଅନ୍ୟ ଦୁଇଟି ହାତୀ ଜେସିବି ଉପରେ ଆକ୍ରମଣ କରିଥିଲେ। ଦୀର୍ଘ ତିନି ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପରେ ହାତୀଛୁଆକୁ ଉକ୍ତ କେନାଲରୁ କାଢ଼ିବାକୁ ସକ୍ଷମ ହୋଇଥିଲା ବନବିଭାଗ। ସୂଚନାଯୋଗ୍ୟ, ଏକ ୩୬ ଟିକିଆ ହାତୀପଲ ବେତନଟୀ ରେଞ୍ଜରେ ଗତ କିଛିଦିନ ହେବ ଆତଙ୍କ ଖେଳାଉଛନ୍ତି।