ଟ୍ରାଙ୍କୁଲାଇଜ ହୋଇ ହାତୀ ଛୁଆକୁ ନନ୍ଦନକାନନ ଅଣାଯାଉଛି

ଖୋର୍ଦ୍ଧା,୧୬।୧୦: ରାଉରକେଲାରେ ହାତୀ ପଲଙ୍କୁ ଟ୍ରେନ ଧକ୍କା ଦେବା ଘଟଣାରେ ଆହତ ହାତୀ ଛୁଆକୁ ଚିକିତ୍ସା ପାଇଁ ନନ୍ଦନକାନନ ଅଣାଯାଉଛି। ଟ୍ରାଙ୍କୁଲାଇଜ ପରେ ଆହତ ହାତୀକୁ ନନ୍ଦନ କାନନ ଆଣୁଛି ବନ ବିଭାଗ । ବିଳମ୍ବିତ ରାତିରେ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଥିଲା । ପରେ ଆହତ ହାତୀକୁ ଚିକିତ୍ସା ପାଇଁ ନନ୍ଦନ କାନନ ଅଣାଯାଉଛି ।
ଦୁଇ ଦିନ ପୂର୍ବରୁ ରାଉରକେଲା ବନ୍ଧମୁଣ୍ଡା ଆର କ୍ୟାବିନ ଠାରେ ୨୩ ଟିକିଆ ହାତୀପଲଙ୍କୁ ଟ୍ରେନ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ ଏକ ଛୁଆ ହାତୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ହାତୀ ଆହତ ହୋଇଥିଲେ । ଗୁରୁତର ଥିବା ଏକ ହାତୀ ବନ୍ଧମୁଣ୍ଡା ନିକଟ ଜଙ୍ଗଲକୁ ଚାଲିଯାଇଥିବା ବେଳେ ଗୋଟିଏ ଆହତ ହାତୀକୁ ବନ ବିଭାଗ ଟ୍ରାଙ୍କୁଲାଇଜ କରିଛ।

Share