ବାରିପଦା ଅଫିସ,୨।୪: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଗାଁ ଅମର୍ଦାର ନିକଟରେ ଥିବା ଦଶ ଫୁଟ ଗଭୀର ପାଣି କୁଣ୍ଡ ଭିତରୁ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ଶୁକ୍ରବାର ଭୋରୁ ହାତୀ ଛୁଆଟି କୁଣ୍ଡରେ ଗଳି ପଡ଼ିଥିବା ଖବର ପାଇ ବନ ବିଭାଗର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଥଲେ୍ । ଜେସିବି ମେଶିନ ସାହାଯ୍ୟରେ ପାଣି କୁଣ୍ଡକୁ ଭଙ୍ଗାଯାଇଥିଲା। ପରେ ସେଠାରେ ଉପସ୍ଥିତ ଥିବା ମା’ ହାତୀ ଛୁଆଟିକୁ ଉଠାଇ ନେଇ ଜଙ୍ଗଲ ଆଡ଼କୁ ପଳାଇଯାଇଛି । ହାତୀ ଛୁଆର କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି । ତେବେ ଗତ କିଛି ଦିନ ହେଲାଣି ପଶ୍ଚିମବଙ୍ଗ ସୀମା ପଟୁ ଏକ ଛଅ ଟିକିଆ ହାତୀପଲ ଗାଁଅମରଦା ପାଖ ଜଙ୍ଗଲରେ ବୁଲୁଥିବା ଜଣାପଡିଛି । ସେମାନଙ୍କ ଗତିବିଧି ଉପରେ ବନବିଭାଗ ନଜର ରଖିଛି।