ଫଟୋରେ ଥିବା ଶିଶୁ ଏବେ ବଲିଉଡ୍‌ର ପ୍ରଖ୍ୟାତ ନାମ, ଚିହ୍ନିଲେ କିଏ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ସମସ୍ତ କଳାକାରଙ୍କ ଫଟୋ ଦେଖିବା ପାଇଁ ପ୍ରଶଂସକମାନେ ପସନ୍ଦ କରିଥାନ୍ତି। ପିଲାଦିନେ ଏମାନେ କେମିତି ଦେଖାଯାଉଥିଲେ, କ’ଣ କରୁଥିଲେ, ତାଙ୍କ ଲାଇଫ୍‌ଷ୍ଟାଇଲ୍‌ କେମିତି ଥିଲା ସେ ସମ୍ପର୍କରେ ଜାଣିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିଥାଏ। ଏବେ ବଲିଉଡ୍‌ର ଜଣେ ଜଣାଶୁଣା କଳାକାରଙ୍କ ପିଲାଦିନର ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଏହା ଦେଖିବା ପରେ ପ୍ରଶଂସକମାନେ ଚିହ୍ନି ନ ପାରି ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

ତେବେ ଆମେ ସେହି ଦ୍ୱନ୍ଦ୍ୱକୁ ଦୂର କରୁଛୁ। ସେ ଆଉ କେହି ନୁହନ୍ତି, ଏହି ଶିଶୁ ଜଣକ ହେଉଛନ୍ତି ବଲିଉଡ୍‌ର ଜଣାଶୁଣା ପ୍ରଯୋଜକ ତଥା ନିର୍ଦ୍ଦେଶକ କରଣ ଜୋହର। କରଣଙ୍କ ଏହି ଫଟୋ ବହୁତ ପୁରୁଣା। ତାଙ୍କର ଏହି ଫଟୋ ୟୁଟ୍ୟୁବ୍‌ ଭିଡିଓରେ ଶେୟାର କରାଯାଇଛି।

ଯଦି କରଣଙ୍କ ବିଷୟରେ କହିବା ତେବେ ସେ ଫିଲ୍ମ ‘ଦିଲ୍‌ଓ୍ବାଲେ ଦୁହ୍ଲାନିଆଁ ଲେ ଜାଏଙ୍ଗେ’ ଜରିଆରେ ସହନିର୍ଦ୍ଦେଶକ ଭାବେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ପରେ କରଣ ‘କୁଛ୍‌ କୁଛ୍‌ ହୋତା ହୈ, ‘କଭି ଖୁସି କଭି ଗମ୍‌’, ‘କଭି ଅଲ୍‌ବିଦା ନା କେହେନା, ମାଇ ନେମ୍‌ ଇଜ୍‌ ଖାନ୍‌’, ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’, ପରି ଫିଲ୍ମ କରିଛନ୍ତି। ସେହିପରି ପ୍ରଯୋଜକ ଭାବେ ଫିଲ୍ମ ‘କଲ୍‌ ହୋ ନା ହୋ’, ‘କାଲ’, ’‘କଭି ଅଲ୍‌ବିଦା ନା କେହେନା, ‘ଦୋସ୍ତାନା, ‘କୁର୍ବାନ’ ଆଦି କରିଛନ୍ତି।

Share