Posted inଫୁରସତ

୨୨ ସପ୍ତାହରେ ଜନ୍ମ ନେଲା ଶିଶୁ, ଓଜନ ୩୫୦ ଗ୍ରାମ୍‌, ଶୁଭେଚ୍ଛା ଜଣାଇଲା ପୂରା ହସ୍ପିଟାଲ

ଆପଣ ନିଶ୍ଚିତ ଦୁନିଆର ଅନେକ ପ୍ରି-ମାଚ୍ୟୁୟର ଶିଶୁଙ୍କ ବିଷୟରେ ଶୁଣିଥିବେ। କିଛି ପିଲା ୪୦୦ରୁ ୮୦୦ ଗ୍ରାମ ଭିତରେ ହୋଇଥାନ୍ତି। କିନ୍ତୁ ଏବେ ଏକ ଶିଶୁ ମାତ୍ର ୨୨ ସପ୍ତାହରେ ଜନ୍ମ ନେଇଛି। ଯାହାକୁ ଦୁନିଆର ସବୁଠାରୁ ଛୋଟ ଶିଶୁ କୁହାଯାଉଛି। ମାତ୍ର ଏହାର ଓଜନ ୩୫୦ ଗ୍ରାମ୍‌ ଥିବା ବେଳେ ଜନ୍ମରେ କୌଣସି ଅସୁବିଧା ହୋଇନାହିଁ। ଏହା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଏହି ଘଟଣା ଆମେରିକାରେ ଘଟିଛି। ଜଣେ ମହିଳାଙ୍କୁ ଯେତେବେଳେ ସେଣ୍ଟ୍‌ ଫ୍ରାନ୍ସିସ ହସ୍ପିଟାଲରୁ ଘରକୁ ଯାଉଥିଲା, ହସ୍ପିଟାଲର ସମସ୍ତ କର୍ମଚାରୀ ଉତ୍ସବ ପାଳନ କରୁଥିଲେ। ତାଙ୍କର ଖୁସି ଖୁସିରେ କରତାଳି ଦେଇ ବିଦାୟ ଜଣାଇଥିଲେ। ଡାକ୍ତରମାନେ କହିଛନ୍ତି, ଯେତେବେଳେ ଫ୍ରାନ୍‌ସିସ ଆଙ୍ଗୁଏରା ଫେବୃୟାରୀ ୧୮ରେ ଡାକ୍ତରଖାନାକୁ ଆସିଥିଲେ, ସେତେବେଳେ ସେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଫେବୃୟାରୀ ୨୨ ସକାଳେ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା। ସେହି ସମୟରେ ଶିଶୁର ଓଜନ ମାତ୍ର ୩୫୦ ଗ୍ରାମ ଥିଲା। ଏହା ଦେଖି ଡାକ୍ତରମାନେ ଭୟଭୀତ ହୋଇଥିଲେ। କାରଣ ସେ ଏତେ ଛୋଟ ପିଲାକୁ କେବେ ମଧ୍ୟ ଦେଖି ନ ଥିଲେ। ଏହା ଏତେ ଛୋଟ ଥିଲା ପାପୁଲିରେ ରହିଯାଉଥିଲା।

ମହିଳା ଜଣକ ତାଙ୍କ କାହାଣୀକୁ ବିଶ୍ୱ ସହ ଶେୟାର କରିଛନ୍ତି। ସେ କହିଛନ୍ତି, ଯେତେବେଳେ ତାଙ୍କ ଝିଅ ଜନ୍ମ ହେଲା ସେ ନିମୋନିଆରେ ପୀଡ଼ିତ ଥିଲେ। ଉଭୟଙ୍କ ପ୍ରତି ବହୁତ ବିପଦ ଥିଲା। କିନ୍ତୁ ଡାକ୍ତରଖାନାର ଡାକ୍ତରମାନେ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ। ପ୍ରାରମ୍ଭରେ ଏହା ଲାଗୁଥିଲା କି ବଞ୍ଚାଇବା କଷ୍ଟସାଧ୍ୟ ହୋଇପାରେ, କିନ୍ତୁ ଡାକ୍ତରମାନେ ପରିସ୍ଥିତିର ଯତ୍ନ ନେଇଥିଲେ ଏବଂ ତାଙ୍କର ଯତ୍ନ ନେଇଥିଲେ। ପ୍ରାୟ ୪ ମାସ ଧରି ଚିକିତ୍ସା ଚାଲିଥିଲା ଏବଂ ଗୁରୁବାର ଝିଅଟି ତାଙ୍କ ଘରେ ପହଞ୍ଚିଛି। ବର୍ତ୍ତମାନ ତା’ର ଓଜନ ୭.୫ ପାଉଣ୍ଡ ଅର୍ଥାତ୍‌ ୩.୪୦ କିଲୋଗ୍ରାମ ହୋଇଛି।

ଡାକ୍ତରଙ୍କ କହିବାନୁସାରେ, ଏଭଳି ପିଲାମାନଙ୍କର ବଞ୍ଚିବାର ସମ୍ଭାବନା ବହୁତ୍‌ କମ୍‌। କାରଣ ସେମାନଙ୍କର ସମ୍ପୂର୍ଣ୍ଣ ଶରୀର ବିକାଶ ହୋଇ ନ ଥାଏ। ଭଗବାନଙ୍କୁ ଧନ୍ୟବାଦ ଏହି ଝିଅର କୌଣସି ଅସୁବିଧା ନାହିଁ। ହସ୍ପିଟାଲର ନିର୍ଦ୍ଦେଶକ ଜୋସେ ଆରିୟାସ-କାମିସନ କହିଛନ୍ତି, ଝିଅଟି ନିରାପଦ ଭାବରେ ଘରକୁ ଫେରିବା ଆମ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା। ମୁଁ ଶିଶୁକୁ ଭଲ ପାଏ। ମୁଁ ସେହି ଝିଅକୁ ବି ବହୁତ ଭଲ ପାଇବା ଆରମ୍ଭ କଲି।

କହିରଖୁଛୁ, ଏହି ଶିଶୁ ପୂର୍ବରୁ ମଧ୍ୟ ଆମେରିକାର ସବୁଠାରୁ ଅପରିପକ୍ୱ ଶିଶୁ କୁର୍ଟିସ ଜି-କିଟ ମେନ୍ସ, ଯିଏ ୫ ଜୁଲାଇ ୨୦୨୦ରେ ଆଲବାମାର ଆଲବାମା ବର୍ମିଂହାମ ହସ୍ପିଟାଲରେ ମାତ୍ର ୨୧ ସପ୍ତାହରେ ଜନ୍ମଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri