ବାରଣ୍ଡାରେ ଶୋଇଥିଲା ଶିଶୁ, ଭୁଶୁଡ଼ିଲା କାନ୍ଥ

ଉମରକୋଟ,୨୦।୮(ସ୍ବ.ପ୍ର.): ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିପଡ଼ିଲା କାନ୍ଥ। କାନ୍ଥ ତଳେ ଚାପିହୋଇ ୬ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଚିକଲପଦର ପଞ୍ଚାୟତ ପୂଜାରୀଭରଣ୍ଡି ଗ୍ରାମରେ। ମୃତକ ହେଲେ ରାମ ଗଣ୍ଡଙ୍କ ୬ ମାସର ଶିଶୁ କନ୍ୟା ଝିଲ୍ଲୀ।

ମିଳିଥିବା ସୂଚନା ମୁତାବକ, ଝିଲ୍ଲୀଙ୍କୁ ବାରଣ୍ଡାରେ ଶୁଆଇ ତାଙ୍କ ମା’ ଘରକାମ କରୁଥିଲେ। ଦୁଇଦିନ ଧରି ଉମରକୋଟରେ ବର୍ଷା ଲାଗି ରହିଥିବାରୁ କାନ୍ଥ ଦୁର୍ବଳ ହୋଇ ଯାଇଥିଲା। ହଠାତ୍‌ କାନ୍ଥଟି ଭୁଶୁଡ଼ିପଡ଼ିଥିଲା। ଖବରପାଇ ଉମରକୋଟ ତହସିଲଦାର ଡ. ହିମାଞ୍ଚଳ ମାଝି ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ପୋଲିସ ମୃତଦେହ ଜବତ ଓ ପରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ନିୟମାନୁଯାୟୀ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର କହିଛନ୍ତି।

Share