ମେଡିକାଲରେ ମୃତ ଘୋଷିତ ଶିଶୁ ଘରେ ଜିଇଉଠିଲା

ଢେଙ୍କାନାଳ ଅଫିସ,୧।୫: ଡାକ୍ତରଖାନାରେ ମୃତ ଘୋଷିତ ନବଜାତକ ଘରେ ଜିଇଉଠିଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ପୌରାଞ୍ଚଳରେ। ବଞ୍ଚତ୍ଥିବା ଶିଶୁକୁ ମୃତ ଘୋଷଣା କରିବା ଡାକ୍ତରଙ୍କ ଚରମ ଅବହେଳା ବୋଲି ପରିବାର ଲୋକେ କହୁଥିବା ବେଳେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଚିକିତ୍ସା କରୁଥିବା ଡାକ୍ତର। ଅଭିଯୋଗ ଅନୁଯାୟୀ, ଢେଙ୍କାନାଳ ପୌରାଞ୍ଚଳ ଖମାରସାହି ଅଞ୍ଚଳର ଟୁନା ପ୍ରଧାନଙ୍କ ସ୍ତ୍ରୀ ଜିଲା ମୁଖ୍ୟ ଚିକିତ୍ସାଳରେ ରବିବାର ଏକ ପୁତ୍ରସନ୍ତାନ ଜନ୍ମ ଦେଇଥିଲେ। ସମୟ ପୂର୍ବରୁ ଶିଶୁଟି ଜନ୍ମ ନେଇଥିଲା। ଡାକ୍ତର ଶିଶୁକୁ ମୃତ ଘୋଷଣା କରିବା ପରେ ପରିବାର ଲୋକେ ତାକୁ ଘରକୁ ନେଇଯାଇଥିଲେ। ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ୫ ଘଣ୍ଟା ପରେ ନବଜାତକ କାନ୍ଦିଉଠିବା ସହ ଗୋଡ଼ହାତ ହଲାଇଥିଲା। ଶିଶୁ ବଞ୍ଚତ୍ଥିବା ଜାଣି ପରିବାର ଲୋକେ ତାକୁ ପୁନର୍ବାର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତାକୁ ସ୍ପେଶାଲ ନ୍ୟୁବର୍ନ କେୟାର ୟୁନିଟ୍‌ (ଏସ୍‌ଏନ୍‌ସିୟୁ)ରେ ଭର୍ତ୍ତି କରାଯାଇଥିଲା। ତେବେ କେଉଁ ପରିସ୍ଥିତିରେ ଜୀବିତ ଶିଶୁକୁ ଡାକ୍ତର ମୃତ ଘୋଷଣା କଲେ, ତାହାକୁ ନେଇ ପରିବାର ସଦସ୍ୟ ପ୍ରଶ୍ନ ଉଠାଇଛନ୍ତି। କର୍ତ୍ତବ୍ୟରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି। ଅପରପକ୍ଷେ ଅଭିଯୋଗକୁ ଡାକ୍ତର ଭାନୁ ଆଚାର୍ଯ୍ୟ, କଳ୍ପନା ଆଚାର୍ଯ୍ୟ ଖଣ୍ଡନ କରିଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ହୋଇଥିବାରୁ ଶିଶୁକୁ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରିବାକୁ ପରାମର୍ଶ ଦିଆଯାଇଥିଲା। ତେବେ ପରିବାର ଲୋକେ ତାକୁ ଘରକୁ ନେଇଯାଇଥିବା ଉଭୟ ଡାକ୍ତର ନିଜ ପ୍ରତିକ୍ରିୟାରେ କହିଛନ୍ତି ା

Share