ଭୁବନେଶ୍ବର,୨୨।୧୦(ବ୍ୟୁରୋ): ବିନା ଛୁଞ୍ଚିରେ ଟିକା ନେବେ ଶିଶୁ । କରୋନାର ଜାଇପର ଡି’ ଟିକା ବିନା ଛୁଞ୍ଚିରେ ଶିଶୁମାନଙ୍କୁ ଦେବାକୁ ପରାମର୍ଶ ଦିଆଯାଇଥିବା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଶୁକ୍ରବାର ସୂଚନା ଦେଇଛନ୍ତି ।
୧୨ ବର୍ଷରୁ ୧୮ ବର୍ଷ ମଧ୍ୟରେ ଶିଶୁଙ୍କୁ ଡିସିଜିଆଇ ଅନୁମତି ଦେଇଥିବା ଜାଇପର ଡି ଟିକା ଦିଆଯିବ । କୋଭାକ୍ସିନକୁ ପରୀକ୍ଷା କରି ଡିସିଜିଆଇ ଏହି ଅନୁମତି ଦେଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଜିଠାରୁ ତାଲିମ ଆରମ୍ଭ ହୋଇଛି । ରାଜ୍ୟରେ ୨ବର୍ଷରୁ ୧୮ବର୍ଷ ପର୍ଯ୍ୟନ୍ତ ଟିକା ନେବାକୁ ୧କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି । ଏକା ସାଙ୍ଗରେ ଶିଶୁଙ୍କୁ ଟିକା ଦେବାକୁ ହେଲେ ଟୀକାକାରଣ କେନ୍ଦ୍ର ବଢ଼ାଇବାକୁ ପଡିବ। ନିର୍ଦ୍ଦେଶ ଆସିବା ମାତ୍ରେ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।
ପିଲାମାନେ ସାଧାରଣତଃ ଇଞ୍ଜେକ୍ସନକୁ ଡରନ୍ତି ତେବେ ସେମାନଙ୍କୁ ଫର୍ମା ଡେପ୍ଥ ଟେକ୍ନୋଲୋଜି ମାଧ୍ୟମରେ ଟିକା ଦିଆଯିବ । ଏଥିପାଇଁ ସ୍ବତନ୍ତ୍ର ଏସ୍ଓପି ଆଧାରରେ ଟୀକାକରଣ ହେବ । ବର୍ତ୍ତମାନ ସୁଦ୍ଧା ୩କୋଟି ୫୦ଲକ୍ଷ ଡୋଜ ଟିକାକରଣ ସରିଛି। ବର୍ତ୍ତମାନ ରାଜ୍ୟରେ ୨୪ ଲକ୍ଷ ଟିକା ମହଜୁଦ ଥିବା ସେ ସୂଚନା ଦେଇଛନ୍ତି।