ଭିମ୍‌ସାର ମେଡିକାଲ ପଛପଟୁ ମିଳିଲା ଶିଶୁର ମୁଣ୍ଡବିହୀନ ମୃତଦେହ

ସମ୍ବଲପୁର,୧୧ା୨ (ବ୍ୟୁରୋ): ବୁର୍ଲା ଥାନା ଭିମସାର ମେଡିକାଲର ଯଷ୍ମା ବିଭାଗ ପଛପଟ କେନାଲ ପାର୍ଶ୍ୱରୁ ପୋଲିସ ଏକ ଶିଶୁର ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରିଥିଲା। ଗୁରୁବାର ସନ୍ଧାନୀ କୁକୁର ସାହାଯ୍ୟରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହ ପଡିଥିବା ସ୍ଥାନକୁ ଯାଇ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରିଥିଲେ। ସନ୍ଧାନୀ କୁକୁର ଘଟଣାସ୍ଥଳରୁ ଭିମସାର ମେଡିକାଲ ଶିଶୁ ବିଭାଗ ନିକଟକୁ ଆସିଥିଲା। ତେଣୁ ମୃତ ଶିଶୁ ଭିମସାରରୁ ବାହାରିଥିବା ପୋଲିସ ସ୍ପଷ୍ଟ କରିଛି। ଥାନା ଅଧିକାରୀ ବି.ବି. ଭୋଇ କହିଛନ୍ତି, ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇଛି। ବୁର୍ଲାରେ ୩ ଦିନ ଭିତରେ ୯ ଶିଶୁଙ୍କୁ ମୃତ୍ୟୁ ଘଟିଲାଣି। ୪ ପରିବାରଙ୍କ ସହ ଯୋଗାଯୋଗ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ପରିବାର କେନାଲ ପାର୍ଶ୍ୱରେ ତାଙ୍କ ମୃତ ଶିଶୁଙ୍କୁ ପୋତିଥିବା କହିଥିଲେ। ଏହାକୁ ନେଇ ଅଧିକ ତଦନ୍ତ କରାଯାଉଛି। ଭିମସାର କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଯୋଗାଯୋଗ ହୋଇଛି। ଖୁବ୍‌ଶୀଘ୍ର ଘଟଣାର ପରଦା ହଟିବ ବୋଲି ସେ କହିଥିଲେ।

Share