ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ମୁମ୍ବାଇ: ଆଜିକାଲି ବାଗେଶ୍ୱର ବାବା ଆକା ଧିରେନ୍ଦ୍ର ଶାସ୍ତ୍ରୀ ଚର୍ଚ୍ଚାରେ ଅଛନ୍ତି, ଦିନକୁ ଦିନ ତାଙ୍କର ବଢୁଥିବା ଲୋକପ୍ରିୟତାକୁ ଦେଖି ନିର୍ଦ୍ଦେଶକ ବିନୋଦ ତିୱାରୀ ତାଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାବାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ସହ ତାଙ୍କ ଫଲୋୟର୍ସଙ୍କ ସଂଖ୍ୟାବି ବେଳକୁ ବେଳ ବଢି ଚାଲିଛି। ଏଭଳି ପରିସ୍ଥିତିରେ ବିନୋଦ ତିୱାରୀ ‘ଦ ବାଗେଶ୍ୱର ସରକାର’ ନାମକ ଏକ ଚଳଚ୍ଚିତ୍ର ର୍ନିମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯେଉଁଥିରେ ଧିରେନ୍ଦ୍ର ଶାସ୍ତ୍ରୀଙ୍କ କାହାଣୀ ଦୃଶ୍ୟାୟନ କରାଯିବ।ଫଇଲ୍ମର ଆନାଉନ୍ସମେଣ୍ଟ ପରଠାରୁ ଚର୍ଚ୍ଚା ବଢିବାରେ ଲାଗିଛି।
ନୋଷ୍ଟ୍ରମ ଏଣ୍ଟରଟେନମେଣ୍ଟ ହବ ବ୍ୟାନରରେ ଏହି ଫିଲ୍ମ ବିଷୟରେ ଘୋଷଣା ସହ ପ୍ରଡକ୍ସନ ହାଉସ ନିଜେ ଟୁଇଟ କରି ପ୍ରକାଶ କରିଛି। ନାଷ୍ଟ୍ରମ ଏଣ୍ଟରଟେନମେଣ୍ଟ ହବର ଟୁଇଟର ଆକାଉଣ୍ଟରେ ବାବା ବାଗେଶ୍ୱରଙ୍କ ସହ ଫିଲ୍ମର କରତାଳି ଏବଂ ନିର୍ଦ୍ଦେଶକଙ୍କ ଫଟୋ ଲେଖାଯାଇଛି – ଆକ୍ସନ କମେଡି ଫିଲ୍ମ ‘ତେରୀ ଭାବୀ ହୈ ପାଗଲ’ ଏବଂ ‘ଦି କନଭର୍ସନ’ର ସଫଳତା ପରେ ନିର୍ଦ୍ଦେଶକ ବିନୋଦ ତିୱାରୀ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଘୋଷଣା କରିଛନ୍ତି। ଯାହାର ନାମ ‘ଦ ବାଗେଶ୍ୱର ସରକାର’।

 

Share