Categories: ଖେଳ

ଚଳିତ ବର୍ଷ ଦିଆଯିବନି ବାଲନ ଡି’ଅର ପୁରସ୍କାର

ପ୍ୟାରିସ, ୨୦ା୭ (ଏପି)- କରୋନାଭାଇରସ୍‌ ମହାମାରୀ ଯୋଗୁ ଚଳିତ ବର୍ଷର ଫୁଟ୍‌ବଲ ସିଜନ ପ୍ରଭାବିତ ହୋଇଛି। ତେଣୁ ଏଥର ସମ୍ମାନଜନ ବାଲା ଡି’ଅର୍‌ ପୁରସ୍କାର ଦିଆଯିବ ନାହିଁ। ଫ୍ରାନ୍ସ ଫୁଟ୍‌ବଲ ମାଗାଜିନ୍‌ ବାଲନ ଡି’ଅର୍‌ ଦ୍ୱାରା ଏହି ପୁରସ୍କାର ୧୯୫୬ ମସିହାରୁ ଦିଆଯାଇ ଆସୁଛି। ପ୍ରଥମ ବର୍ଷ ଏହି ପୁରସ୍କାର ଷ୍ଟାନ୍‌ଲି ମାଥ୍ୟୁସ୍‌ ଜିତିଥିଲେ। ପ୍ରତିଦ୍ୱନ୍ଦ୍ୱୀ ଖ୍ରଷ୍ଟିଆନୋ ରୋନାଲ୍ଡୋଙ୍କଠାରୁ ଗୋଟିଏ ଥର ଅଧିକ ରେକର୍ଡ ୬ଥର ଏହି ପୁରସ୍କାର ହାସଲ କରିଛନ୍ତି ଲିଓନେଲ ମେସି। ମାଗାଜିନ୍‌ ତରଫରୁ ୨୦୧୮ରୁ ମହିଳା ଫୁଟ୍‌ବଲ ଖେଳାଳିଙ୍କୁ ଏହି ପୁରସ୍କାର ଦିଆଯାଇଆସୁଛି। ହେଲେ ଏଥର ତାହା ଦିଆଯିବ ନାହିଁ। ଫ୍ରାନ୍ସ ଫୁଟ୍‌ବଲ ଏଡିଟର୍‌ ପାସ୍କାଲ ଫେରେ କହିଛନ୍ତି, ମହାମାରୀ ଯୋଗୁ ଖେଳ ନିୟମରେ କେତେକ ପରିବର୍ତ୍ତନ କରାଯାଇଛି। ତେଣୁ ଉପଯୁକ୍ତ ବିଜେତା ନିର୍ଦ୍ଧାରଣ କରିବା ସହଜ ହେବ ନାହିଁ।

Share