ଟିକ୍‌ଟକ୍‌ ଉପରୁ ପ୍ରତିବନ୍ଧକ ହଟିଲା

ଇସଲାମାବାଦ,୨୦ା୧୧: ଲୋକପ୍ରିୟ ଚାଇନିଜ୍‌ ଭିଡିଓ ଶେୟାରିଂ ପ୍ଲାଟଫର୍ମ ଟିକ୍‌ଟକ୍‌ ଉପରେ ଲାଗିଥିବା ପ୍ରତିବନ୍ଧକକୁ ପାକିସ୍ତାନର ଟେଲିକମ୍‌ ରେଗୁଲେଟର ହଟାଇ ଦେଇଛି। ଟିକ୍‌ଟକ୍‌ର ଆଶ୍ୱାସନା ପରେ ପାକିସ୍ତାନ ଏହି ନିଷ୍ପତ୍ତି ନେଇଛି। ଯେଉଁଥିରେ କୁହାଯାଇଛି, ଏହା ଅଶ୍ଳୀଳ ଦୃଶ୍ୟ ପ୍ରସାରଣକୁ ନିୟନ୍ତ୍ରଣ କରିବ।

ଏହାପୂର୍ବରୁ ଜୁଲାଇରେ ପାକିସ୍ତାନ ଟେଲି କମ୍ୟୁନିକେଶନ ଅଥରିଟି (PTA) ଟିକ୍‌ଟକ୍‌କୁ ନିଷିଦ୍ଧ କରିଥିଲା । ଏହା ଅନୈତିକ ସିନ୍‌ ଅପଲୋଡ କରୁଛି ଏବଂ ପ୍ରଚାର କରୁଛି ବୋଲି ଅଭିଯୋଗ ଉଠିଥିଲା। ଟେଲିକମ୍‌ ନିୟାମକ ଶୁକ୍ରବାର କହିଛନ୍ତି, ଏହା ଅଶ୍ଳୀଳ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ନିଶ୍ଚିତ କରିବା ପରେ (PTA) ଟିକ୍‌ଟକ୍‌ ସେବାକୁ ପୁନଃ ଚାଲୁ ପାଇଁ ନିଷ୍ପତ୍ତି ନେଇଛି।

ଏକ ରିପୋର୍ଟ ଅନୁଯାୟୀ, କର୍ତ୍ତୃପକ୍ଷ ଗତ ଜୁଲାଇ ୨୦ରେ ଆବେଦନ ଖାରଜ କରିଥିଲେ। ସେହି ଦିନଠାରୁ ଏହା ଟିକ୍‌ଟକ୍‌ ମ୍ୟାନେଜମେଣ୍ଟ ସହିତ ଯୋଗାଯୋଗ କରୁଥିଲା। ଟିକ୍‌ଟକ୍‌ ପାକିସ୍ତାନକୁ ଆଶ୍ୱାସନା ଦେଇଛି। ଏହା ବେଆଇନ ବିଷୟବସ୍ତୁ ଅପଲୋଡ୍‌ କରୁଥିବା ଉପଭୋକ୍ତାଙ୍କୁ ଅବରୋଧ କରିବ। ଏହା ପୂର୍ବରୁ ୪ ଥର ପ୍ରତିବନ୍ଧକ ଲଗାଯାଇ ହଟା ସରିଲାଣି।

ଅକ୍ଟୋବର ୨୦୨୦ରେ ପାକିସ୍ତାନ ପ୍ରଥମେ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଇଥିଲା। କିନ୍ତୁ କମ୍ପାନୀ ସେମାନଙ୍କର ଅଶ୍ଳୀଳ ଆକାଉଣ୍ଟକୁ ଅବରୋଧ କରିବାର ୧୦ ଦିନ ପରେ ଏହି ପ୍ରତିବନ୍ଧକକୁ ହଟାଇ ଦିଆଯାଇଥିଲା। ମାର୍ଚ୍ଚରେ ପେଶୱାର ହାଇକୋର୍ଟ ଟିକ୍‌ଟକ୍‌ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ ଯାହା ପରେ ଏପ୍ରିଲରେ ଉଠାଯାଇଥିଲା।

ଏହା ପରେ ଜୁନ୍‌ରେ ଅଶ୍ଳୀଳତା ଯୋଗୁ ଦେଶରେ ଟିକ୍‌ଟକ୍‌ ବ୍ୟାନ୍‌ କରାଯାଇଥିଲା। ଏହା ଉପରେ ରୋକ୍‌ ଲଗାଇବାକୁ ସିନ୍ଧ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ଏହି ନିର୍ଦ୍ଦେଶ ଜାରି କରିବାର ମାତ୍ର ୩ ଦିନ ପରେ ଏହି ପ୍ରତିବନ୍ଧକ ହଟାଯାଇଥିଲା। ଟିକ୍‌ଟକ୍‌ ପାକିସ୍ତାନରେ ଅତ୍ୟନ୍ତ ଲୋକପ୍ରିୟ। ମାତ୍ର ଏହି ଟିକ୍‌ଟକ୍‌ କରି ଅନେକ ଯୁବକଙ୍କର ମୃତ୍ୟୁ ମଧ୍ୟ ଘଟିଛି।

Share