ଭସାଣି ପାଇଁ ଆସୁଥିବା ବ୍ୟାଣ୍ଡ୍‌ପାର୍ଟି ଗାଡ଼ି ଓଲଟିଲା: ମ୍ୟୁଜିକାଲ ଗ୍ରୁପ୍‌ର ୫ ଆହତ

କାମାକ୍ଷାନଗର,୧୪ା୧୦(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଭସାଣି ଯାତ୍ରାକୁ ମ୍ୟୁଜିକ୍‌ ପରିବେଷଣ ପାଇଁ ଆସୁଥିବା ବେଳେ ଏକ ବ୍ୟାଣ୍ଡପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ବିଳମ୍ବିତ ରାତିରେ ଡିଭାଇଡରରେ ପିଟି ହୋଇ ଯାଜପୁର ଜିଲା ମଙ୍ଗଳପୁର ଅଞ୍ଚଳର ଶିବମ ମ୍ୟୁଜିକାଲ୍‌ ନାମକ ଗ୍ରୁପର ଟାଟାଏସି ଗାଡ଼ିଟି ବଡ଼ମୁକ୍ତାପଶି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଛି। ଫଳରେ ମ୍ୟୁଜିକାଲ ଗ୍ରୁପ୍‌ର ୫ ଜଣ ଆହତ ଥିବାବେଳେ ସେଥିରୁ ୨ ଜଣ ଗୁରୁତର ଅଛନ୍ତି। ଡ୍ରାଇଭରଙ୍କ ଆଖି ଲାଗିଯିବା କାରଣରୁ ଗାଡ଼ିଟି ଡିଭାଇଡରରେ ପିଟି ହୋଇ ଓଲଟିଥିବା ଜଣାପଡିଛି। ଶିବମ ମ୍ୟୁଜିକାଲ୍‌ ଟିମ୍‌ କାମାକ୍ଷାନଗର ସହରର ରେକୁଳା ପୂଜା କମିଟି ପାଇଁ ଭସାଣି ଶୋଭାଯାତ୍ରା ନିମନ୍ତେ ଆସୁଥିବା ବେଳେ ଏହି ଅଘଟଣ ଘଟିଛି। ତେବେ ଘଟଣାସ୍ଥଳରୁ ମ୍ୟୁଜିକାଲ ଟିମ୍‌ର ସଦସ୍ୟମାନଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି।

ମ୍ୟୁଜିକାଲ ଟିମ୍‌ର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଅଞ୍ଚଳର ଏମ୍‌ ଭେଙ୍କଟରାଓଙ୍କ ଡାହାଣ ହାତ ଛିଡ଼ିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଗୁଆଘିଅରେ ମହାପ୍ରସାଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହାସୁଆର ସେବାୟତ ନିଯୋଗ

ପୁରୀ,୧୭ା୧୦: ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ସୁଆର ମହାସୁଆର ସେବାୟତ ନିଯୋଗ। ଓମ୍‌ଫେଡ୍‌ ପରିବର୍ତ୍ତେ ଶୁଦ୍ଧ...

କେୱାଇସି ଆଳରେ ଦାଦନ ଶ୍ରମିକଠାରୁ ୧ ହଜାର, ଯୋଗାଣ ବିଭାଗ ନିରବଦ୍ରଷ୍ଟା

ମହାକାଳପଡ଼ା୧୭ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ଅନେକ ଶ୍ରମିକ ଦାଦନ ଖଟିବାକୁ ରାଜ୍ୟ ବାହାରେ ରହିଛନ୍ତି, ବିଶେଷ କରି ହାଇଦ୍ରାବାଦ , ଚେନ୍ନାଇ , ଗୁଜରାଟ...

ଜେଲ୍‌ ଯିବୁ ପଛେ ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟରେ ପୂରାଇ ଦେବୁନି, ୪ ଦିନ ହେଲା ଚାଲିଛି ଧାରଣା

କେସିଙ୍ଗା,୧୭ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସିସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠ ବାଲସି (କ)ର ପୂର୍ବତନ ପ୍ରଧାନଶିକ୍ଷକ ବଂଶୀଧର ରାଉତଙ୍କୁ ଶିକ୍ଷା କମିଟି ଜିଦ୍‌...

ମାଲବାହୀ ଗାଡ଼ି ଧକ୍କାରେ ଶନି ମନ୍ଦିର ଚୁରମାର୍

ବଲାଙ୍ଗୀର,୧୭ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଲୋକନାଥ ମନ୍ଦିର ସମ୍ମୁଖ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଶ୍ରୀ ଶନିଦେବ ମନ୍ଦିର ଏକ କମ୍ପାନୀ...

ଡବଲ ଇଞ୍ଜିନ ସରକାରକୁ ନେଇ ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଚଣ୍ଡିଗଡ଼/ଭୁବନେଶ୍ୱର,୧୭ା୧୦: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର ହରିୟାଣାରେ ପହଞ୍ଚିଛନ୍ତି। ଆଜି ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ସେ ଚଣ୍ଡିଗଡ଼ରେ ପହଞ୍ଚିଛନ୍ତି।...

ତୁଡୁକିବାଡ଼ିରେ ଧୂମ୍‌ଧାମରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା, ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡ଼ି,୧୭ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବମୁଖର ହୋଇଛି। ଦାରିଙ୍ଗବାଡ଼ି ଚାରିଛକ ଓ ତୁଡୁକିବାଠାରେ ଅସ୍ଥାୟୀ ମଣ୍ଡପକୁ ସୁସଜ୍ଜିତ କରାଯିବା ସହ...

ପୁରୀରେ ଆନ୍ଦୋଳନକୁ ଓହ୍ଲାଇଲେ ହବିଷ୍ୟାଳୀ, ରାସ୍ତାରେ…

ପୁରୀ,୧୭।୧୦: ଆଜିଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ। କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ପୁରୀରେ ଭିଡ ଲଗାଇଛନ୍ତି ଭକ୍ତ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ସେପଟେ...

ବିରୋଧୀ ଦଳରେ ଯେଉଁ ମଜା ଶାସକ ଦଳରେ ନାହିଁ

ଜଗତ୍‌ସିଂହପୁର, ୧୭ା୧୦(ପ୍ରମୋଦ କୁମାର ନାୟକ): ବିରୋଧୀ ଦଳରେ ରହିଲେ ଯେଉଁ ମଜା ଅଛି, ତାହା ଶାସକ ଦଳରେ ନାହିଁ। ଦୀର୍ଘ ୧୦ ବର୍ଷ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri