ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ ଟଙ୍କା ପରିଶୋଧ ନ କରିବାରୁ ଏପରି କରାଯାଇଛି। ଲକ୍‌ ଥାନା ପୋଲିସ ଓ ବ୍ୟାଙ୍କ ଅଫିସରଙ୍କ ଉପସ୍ଥିତିରେ ତାହାକୁ ଜବତ କରାଯାଇଛି। ସୂଚନା ମୁତାବକ, କୁଜଙ୍ଗ ତହସିଲ ଅଧୀନ ଗଡଠାରେ ପ୍ଲଟ ନଂ. ୧୨୫୧/୧୭୬୪, ଖାତା ନଂ. ୫୬୨/୨୧୨ର ୪୦ ଡିସିମିଲ ଜାଗା ବନ୍ଧକ ରଖି ଜାଗା ମାଲିକ ସୁଶାନ୍ତ କୁମାର ସ୍ବାଇଁ ନିକଟସ୍ଥ କାନାରା ବ୍ୟାଙ୍କରୁ ଗତ ୨୦୧୧ ମେ’ ୨୭ ରେ ୩୨ ଲକ୍ଷ ୯୦ ହଜାର ଟଙ୍କା ଋ଼ଣ ନେଇଥିଲେ। ଏହାପରେ ଆଉ ଋ଼ଣ ନ ଶୁଝିବାରୁ ବ୍ୟାଙ୍କ ମୁଖ୍ୟାଳୟ କଟକ ପକ୍ଷରୁ ଅଦାଲତରେ ମାମଲା ନଂ.୧୧୩୩ ରୁଜୁ କରାଯାଇଥିଲା। ବିଚାରପତି ଘର ଦଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜଗତ୍‌ସିଂହପୁର ଜିଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଥିଲା। ଏହିକ୍ରମରେ ପୋଲିସ ସମେତ ଓକିଲ, ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ସପନ ରାଜନଙ୍କ ଉପସ୍ଥିତିରେ ଉକ୍ତ ଘର ଦଖଲ କରାଯାଇଥିଲା।

Share