ନୂଆଦିଲ୍ଲୀ,୮।୭: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳରେ କେତେକ କାର୍ଯ୍ୟାଳୟ ବନ୍ଦ ରହିଛି। କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଉଛି। କରୋନା ସଙ୍କଟରେ ଫ୍ରଣ୍ଟଲାଇନ୍ରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ସ୍ବତନ୍ତ୍ର ପୁରସ୍କାର ଯୋଜନା କରାଯାଇଛି। ଏନେଇ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବ୍ୟାଙ୍କର ୮୦ ହଜାର କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ କରାଯିବ। ସେମାନଙ୍କର ଦରମାରେ ୮ ପ୍ରତିଶତ ବୃଦ୍ଧି କରାଯିବ ବୋଲି ବ୍ୟାଙ୍କ କହିଛି। ୨୦୨୦-୨୧ ଆର୍ଥତ୍କ ବର୍ଷର ଜୁଲାଇ ମାସଠାରୁ ଏହି ଯୋଜନା ଲାଗୁ ହେବ। ଗ୍ରାହକଙ୍କ ସମ୍ପର୍କରେ ନିରନ୍ତର ରହୁଥିବା ବ୍ୟାଙ୍କର ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କ ଉତ୍ସାହ ବୃଦ୍ଧି ପାଇଁ ବ୍ୟାଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।