ଦାରିଙ୍ଗବାଡ଼ି,୧୭।୭(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ପରେ ସ୍ଥାନୀୟ ତହସିଲଦାର ବ୍ୟାଙ୍କକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ କାର୍ଯ୍ୟରତ କର୍ମଚାରୀଙ୍କୁ ୭ ଦିନ ପାଇର୍ଁ ନିଜ ଘରେ ସଂଙ୍ଗରୋଧ ଗୃହରେ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ସେହିପରି ବ୍ୟାଙ୍କ ସମେତ ତାକୁ ଲାଗି ରହିଥିବା ମାର୍କେଟ କମ୍ପ୍ଲେସ୍କକୁ ବ୍ୟାରିକେଟ୍ କରାଯାଇ ଏକ ପ୍ରକାର ମିନି ନିଷିଦ୍ଧାଞ୍ଚଳ କରାଯାଇଛି। ସେହି ଅଞ୍ଚଳକୁ ୭ ଦିନ ପାଇଁ ସାଧାରଣ ଲୋକଙ୍କୁ ଯାତାୟତ ପାଇଁ ବାରଣ କରାଯାଇଛି । ଉକ୍ତ ଅଞ୍ଚଳକୁ ଅଗ୍ନୀଶମ ବିଭାଗ ଦ୍ୱାରା ସାନିଟାଇଜ କରାଯାଇଛି।