ଭୁବନେଶ୍ୱର,୨୪।୨(ବ୍ୟୁରୋ): ମାର୍ଚ୍ଚ ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ। ଆର୍ବିଆଇ ଗାଇଡ୍ଲାଇନ ଅନୁଯାୟୀ, ବ୍ୟାଙ୍କଗୁଡିକ ରବିବାର ବ୍ୟତୀତ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବନ୍ଦ ରହିଥାଏ। ଏହାଛଡା ମାର୍ଚ୍ଚ ମାସରେ ଅତିରିକ୍ତ ଛୁଟି ଏବଂ ପର୍ବପର୍ବାଣୀ ପାଇଁ ବ୍ୟାଙ୍କ ଛୁଟି ରହିବ।
ମାର୍ଚ୍ଚ ୭ରେ ରବିବାର, ୧୧ରେ ମହାଶିବରାତ୍ରୀ,୧୩ରେ ଦ୍ୱିତୀୟ ଶନିବାର, ୧୪ ରବିବାର, ୧୫ରେ କିଛି ବ୍ୟାଙ୍କ ୟୁନିୟନଙ୍କ ହରତାଳ, ୨୧ରେ ପୁଣି ରବିବାର, ୨୭ରେ ଚତୁର୍ଥ ଶନିବାର, ୨୮ ରବିବାର, ୨୯ ଓ ୩୦ ପବିତ୍ର ହୋଲି ପାଇଁ ବ୍ୟାଙ୍କ ବନ୍ଦ ରହିବ।