ଭୁବନେଶ୍ୱର,୨।୧: ୨୦୨୨ ଜାନୁୟାରୀରେ ମୋଟ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଏହି ଦିନଗୁଡ଼ିକ ମଧ୍ୟରୁ ମାସକର ସମସ୍ତ ରବିବାର ଓ ୨ୟ ଏବଂ ୪ର୍ଥ ଶନିବାର ସହ ବିଭିନ୍ନ ରାଜ୍ୟର ପର୍ବପର୍ବାଣି ଛୁଟି ତାଲିକାରେ ଅନ୍ତର୍ଭୁକ୍ତ ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପକ୍ଷରୁ ଜାରି ବ୍ୟାଙ୍କିଙ୍ଗ୍ ସେବା ଦିବସ ଓ ସୂଚୀରେ ଏହା ପ୍ରକାଶ କରାଯାଇଛି। ତେବେ ଚଳିତ ମାସ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପର୍ବ ପାଇଁ ବ୍ୟାଙ୍କ ଛୁଟି ରହିବ। ସେହିଭଳି ରାଜ୍ୟ ଅନୁଯାୟୀ ଛୁଟି ଅଲଗା ହେବ ବୋଲି ଆର୍ବିଆଇ ପକ୍ଷରୁ ଜାରି ଛୁଟି ତାଲିକାରୁ ସୂଚନା ମିଳିଛି।