Categories: ବାଣିଜ୍ୟ

୧୬ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର,୨।୧: ୨୦୨୨ ଜାନୁୟାରୀରେ ମୋଟ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଏହି ଦିନଗୁଡ଼ିକ ମଧ୍ୟରୁ ମାସକର ସମସ୍ତ ରବିବାର ଓ ୨ୟ ଏବଂ ୪ର୍ଥ ଶନିବାର ସହ ବିଭିନ୍ନ ରାଜ୍ୟର ପର୍ବପର୍ବାଣି ଛୁଟି ତାଲିକାରେ ଅନ୍ତର୍ଭୁକ୍ତ ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଜାରି ବ୍ୟାଙ୍କିଙ୍ଗ୍‌ ସେବା ଦିବସ ଓ ସୂଚୀରେ ଏହା ପ୍ରକାଶ କରାଯାଇଛି। ତେବେ ଚଳିତ ମାସ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପର୍ବ ପାଇଁ ବ୍ୟାଙ୍କ ଛୁଟି ରହିବ। ସେହିଭଳି ରାଜ୍ୟ ଅନୁଯାୟୀ ଛୁଟି ଅଲଗା ହେବ ବୋଲି ଆର୍‌ବିଆଇ ପକ୍ଷରୁ ଜାରି ଛୁଟି ତାଲିକାରୁ ସୂଚନା ମିଳିଛି।

Share