ନୂଆଦିଲ୍ଲୀ: ଶୁକ୍ରବାର ବଡ଼ଦିନ ପଡୁଥିବାରୁ ଏହିଦିନ ଉଭୟ ଘରୋଇ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବନ୍ଦ ରହିବ। ସେହିଭଳି ୨୬ ଏବଂ ୨୭ ତାରିଖ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ ବୋଲି ଜଣାପଡିଛି। ୨୬ରେ ଚତୁର୍ଥ ଶନିବାର ଏବଂ ୨୭ ଡିସେମ୍ବରରେ ରବିବାର ପଡୁଛି। ଫଳରେ ଏହିଦିନ ବ୍ୟାଙ୍କ ସେବା ଲୋକେ ଲାଭ କରିପାରିବେ ନାହିଁ। ସାରା ଦେଶରେ ଉଭୟ ଘରୋଇ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଏହି ଦିନଗୁଡିକରେ ବନ୍ଦ ରହିବ। ଲଗାତର ୩ ଦିନ ବ୍ୟାଙ୍କ ବନ୍ଦ ରହୁଥିବାରୁ ଆଗୁଆ ବ୍ୟାଙ୍କ ସଂକ୍ରାନ୍ତ ସବୁ କାମ ସାରିଦେବା ସୁବିଧା ହେବ। ବ୍ୟାଙ୍କ ବନ୍ଦ ରହିଲେ ମଧ୍ୟ ଗ୍ରାହକ ଏଟିଏମ୍, ନେଟ୍ ବ୍ୟାଙ୍କିଙ୍ଗ୍, ମୋବାଇଲ ବ୍ୟାଙ୍କିଙ୍ଗ୍ ଏବଂ ଇ-ପେମେଣ୍ଟ ସୁବିଧା ଲାଭ କରିପାରିବେ। ୨୮ ତାରିଖ (ସୋମବାର)ରେ ବ୍ୟାଙ୍କ ସେବା ସ୍ବାଭାବିକ ହେବ ବୋଲି ଜଣାପଡିଛି।