ସକାଳ ୮ଟାରୁ ଦିନ ୨ଟା ଯାଏ ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର,୧୯।୭(ବ୍ୟୁରୋ)-କରୋନା ସଂକ୍ରମଣ ରୋକିବା ପାଇଁ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲା ସମେତ ରାଉରକେଲା ମହାନଗର ନିଗମରେ ଜୁଲାଇ ୧୭ ରାତି ୯ଟାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ୍‌ ଘୋଷଣା କରାଯାଇଛି। ତେବେ ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ କିଛିଟା ପରିବର୍ତ୍ତନ ହୋଇଛି। ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲା ସହିତ ରାଉରକେଲା ସହରରେ ସୋମବାରଠୁ ୨ଟା ଯାଏ ବ୍ୟାଙ୍କ ଖୋଲା ରହିବ। ଏ ନେଇ ରବିବାର ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।
ନିର୍ଦ୍ଦେଶାନାମା ଅନୁଯାୟୀ, ଏହି ଚାରୋଟି ଜିଲା ଓ ରାଉରକେଲାରେ ସୋମବାରଠୁ ଜୁଲାଇ ୩୧ ପର୍ଯ୍ୟନ୍ତ ସକାଳ ୮ଟାରୁ ୨ଟା ଯାଏ ବ୍ୟାଙ୍କ ଖୋଲା ରହିବ। କିନ୍ତୁ ଦିନ ୧ଟା ଯାଏ ଗ୍ରାହକମାନଙ୍କୁ ସେବା ମିଳିବ। ସେହିପରି ୨୫ ପ୍ରତିଶତ କର୍ମଚାରୀ ବଦଳରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ ଚାଲିବ ବୋଲି ନିର୍ଦ୍ଦେଶାନାମାରେ ଉଲ୍ଲେଖ ରହିଛି।

Share