ଗ୍ରାହକଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବ ବ୍ୟାଙ୍କ

ଭୁବନେଶ୍ୱର, ୧।୧୦: ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ ବା ପିଏନ୍‌ବି ସମ୍ବଲପୁର ମଣ୍ଡଳ ପକ୍ଷରୁ ଏକ ଗ୍ରାହକ ସମ୍ମିଳନୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ପିଏନ୍‌ବି ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ରାଜେଶ କୁମାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲାବେଳେ ପିଏନ୍‌ବି ସମ୍ବଲପୁର ମଣ୍ଡଳର ମଣ୍ଡଳ ମୁଖ୍ୟ ଅଜିତ କୁମାର ମେହେରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ରାଜେଶ କୁମାର ବ୍ୟାଙ୍କର ଗ୍ରାହକମାନଙ୍କୁ ବ୍ୟାଙ୍କିଙ୍ଗ୍‌ ସେବାର ଗୁଣବତ୍ତା, ଗ୍ରାହକଙ୍କ ସୁବିଧା, ଅସୁବିଧା ଏବଂ ଭବିଷ୍ୟତରେ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ବ୍ୟାଙ୍କିଙ୍ଗ୍‌ ସେବା ଉପଲବ୍ଧ କରାଇବା ବିଷୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏପରିକି ବ୍ୟାଙ୍କର ପୁରୁଣା ଓ ପ୍ରତିଷ୍ଠିତ ଗ୍ରାହକମାନଙ୍କୁ ସମ୍ମାନ ଜଣାଇ ରାଜେଶ କୁମାର ବ୍ୟାଙ୍କ ତା’ର ଗ୍ରାହକମାନଙ୍କୁ ଉତ୍କୃଷ୍ଟ ଗ୍ରାହକ ସେବା ଯୋଗାଇ ଦେବା (ଉପଲବ୍ଧ କରାଇବା) ପାଇଁ ପ୍ରତିବଦ୍ଧ ରହିଛି ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
ଅପରପକ୍ଷରେ ବ୍ୟାଙ୍କ ପକ୍ଷରୁ ସମାଜର ସମସ୍ତ ବର୍ଗର ଗ୍ରାହକଙ୍କ ପାଇଁ ନାନା ପ୍ରକାରର ଉପତ୍ାଦ ଉପଲବ୍ଧ ରହିଛି,ଯାହାର ଉପଯୋଗ ଦ୍ୱାରା ଶିକ୍ଷାର୍ଥୀ, କୃଷକ, ଉଦ୍ୟୋଗୀ ଓ ମହିଳା ଉଦ୍ୟୋଗୀମାନେ ଦେଶର ଆର୍ଥିକ ପରିସ୍ଥିତିକୁ ସୁଦୃଢ କରିବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସେ କହିଥିଲେ।
ଉଲ୍ଲେଖଯୋଗ୍ୟ, ପିଏନବି ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ରାଜେଶ କୁମାର ନିକଟରେ ଝାରସୁଗୁଡ଼ା ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକରେ ନିବେଶକ ହରାଇଲେ ୩.୫ ଲକ୍ଷ କୋଟି

ମୁମ୍ବାଇ,୧।୧୦: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ସାଙ୍ଗକୁ ଦରବୃଦ୍ଧି ଜନିତ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ପୁଞ୍ଜି ବଜାରର କାରବାର ଉପରେ ବଡଧରଣର ପଡିଛି। ଫଳରେ ଘରୋଇ ଶେୟାର ବଜାରର ନିବେଶକମାନେ...

କଳାମନ୍ଦିରକୁ ଟାଇମ୍ସ ଆଇକନ୍‌ ଅଫ୍‌ ଓଡ଼ିଶା ପୁରସ୍କାର

ଭୁବନେଶ୍ୱର,୧।୧୦ ରାଜ୍ୟର ଅଗ୍ରଣୀ ଫ୍ୟାଶନ ଶୋ’ରୁମ୍‌ କଳାମନ୍ଦିରକୁ ନିକଟରେ ଟାଇମ୍ସ ଆଇକନ୍ସ ଅଫ୍‌ ଓଡ଼ିଶା-୨୦୨୪ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର...

ଭୁବନେଶ୍ୱର ‘ସୂତା’ ଆଉଟଲେଟର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧।୧୦(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ହାଣ୍ଡଲୁମ ଷ୍ଟାର୍ଟଅପ ବ୍ରାଣ୍ଡ ‘ସୂତା’ (ଭୁବନେଶ୍ୱରର ସୂତା ଆଉଟଲେଟ) ର ପ୍ରଥମ ବାର୍ଷିକ ଉତ୍ସବ ସୋମବାର ପାଳିତ...

ଅରୁନ୍ଧତୀକୁ ଟାଇମ୍ସ ଆଇକନ୍‌ ଅଫ୍‌ ଓଡ଼ିଶା ଆଓ୍ବାର୍ଡ

ଭୁବନେଶ୍ୱର,୧।୧୦:ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସକୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ‘ଟାଇମ୍ସ ଆଇକନ ଅଫ ଓଡିଶା ଆଓ୍ବାର୍ଡ’ରେ ସମ୍ମାନିତ କରାଯାଇଛି। ଉଲ୍ଲେଖଯୋଗ୍ୟ,...

ସିଜେ ଡାର୍ସଲ୍‌ ସହ ଜେଏସ୍‌ଏଲ୍‌ର ବୁଝାମଣା

ଭୁବନେଶ୍ୱର,୧।୧୦: ଭାରତର ଅନ୍ୟତମ ଅଗ୍ରଣୀ ଲଜିଷ୍ଟିକ୍‌ ପ୍ରଦାନକାରୀ ସିଜେ ଡାର୍ସଲ୍‌ ଲଜିଷ୍ଟିକ୍‌ ଲିମିଟେଡ୍‌ ଏବଂ ଜିନ୍ଦଲ ଷ୍ଟେନଲେସ୍‌ ଲିମିଟେଡ (ଜେଏସ୍‌ଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା...

ଆକର୍ଷଣୀୟ ମୂଲ୍ୟରେ ପ୍ରିମିୟମ ସିଲ୍କ ଉତ୍ପାଦ

ଭୁବନେଶ୍ୱର,୧।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ଗଣପତି ସିଲ୍କ (ଗଣେଶ ସିଲ୍କ) ଜାତୀୟସ୍ତରୀୟ ହସ୍ତତନ୍ତ ମେଳା-୨୦୨୪ରେ ସାମିଲ ହୋଇଛି। ଏହି ମେଳାରେ...

କାନାରା ବ୍ୟାଙ୍କର ପୁରସ୍କାର ବିତରଣ ସମାରୋହ

ଭୁବନେଶ୍ୱର,୧।୧୦: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ହିନ୍ଦୀ ପଖୱାଡା ଦିବସ ଓ ପୁରସ୍କାର ବିତରଣ ସମାରୋହ-୨୦୨୪ ନିକଟରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ...

ଟ୍ରେନରେ ଥାଇ ଜୋମାଟୋରେ ଅର୍ଡର କରିପାରିବେ ଖାଦ୍ୟ, ଏବେ ପ୍ରତି ଷ୍ଟେଶନରେ…

ନୂଆଦିଲ୍ଲୀ,୩୦।୯: ଯେତେବେଳେ ଆମେ କୌଣସି ଲମ୍ବା କିମ୍ବା କମ୍‌ ସମୟ ପାଇଁ ଟ୍ରେନରେ ଯାତ୍ରା କରୁ ସେତେବେଳ ଖାଇବା ନେଇ ଟେନଶନ ଥାଆନ୍ତି। କେତେବଳେ ଟ୍ରେନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri