Categories: ବାଣିଜ୍ୟ

ଗ୍ରାହକଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବ ବ୍ୟାଙ୍କ

ଭୁବନେଶ୍ୱର, ୧।୧୦: ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ ବା ପିଏନ୍‌ବି ସମ୍ବଲପୁର ମଣ୍ଡଳ ପକ୍ଷରୁ ଏକ ଗ୍ରାହକ ସମ୍ମିଳନୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ପିଏନ୍‌ବି ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ରାଜେଶ କୁମାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲାବେଳେ ପିଏନ୍‌ବି ସମ୍ବଲପୁର ମଣ୍ଡଳର ମଣ୍ଡଳ ମୁଖ୍ୟ ଅଜିତ କୁମାର ମେହେରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ରାଜେଶ କୁମାର ବ୍ୟାଙ୍କର ଗ୍ରାହକମାନଙ୍କୁ ବ୍ୟାଙ୍କିଙ୍ଗ୍‌ ସେବାର ଗୁଣବତ୍ତା, ଗ୍ରାହକଙ୍କ ସୁବିଧା, ଅସୁବିଧା ଏବଂ ଭବିଷ୍ୟତରେ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ବ୍ୟାଙ୍କିଙ୍ଗ୍‌ ସେବା ଉପଲବ୍ଧ କରାଇବା ବିଷୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏପରିକି ବ୍ୟାଙ୍କର ପୁରୁଣା ଓ ପ୍ରତିଷ୍ଠିତ ଗ୍ରାହକମାନଙ୍କୁ ସମ୍ମାନ ଜଣାଇ ରାଜେଶ କୁମାର ବ୍ୟାଙ୍କ ତା’ର ଗ୍ରାହକମାନଙ୍କୁ ଉତ୍କୃଷ୍ଟ ଗ୍ରାହକ ସେବା ଯୋଗାଇ ଦେବା (ଉପଲବ୍ଧ କରାଇବା) ପାଇଁ ପ୍ରତିବଦ୍ଧ ରହିଛି ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
ଅପରପକ୍ଷରେ ବ୍ୟାଙ୍କ ପକ୍ଷରୁ ସମାଜର ସମସ୍ତ ବର୍ଗର ଗ୍ରାହକଙ୍କ ପାଇଁ ନାନା ପ୍ରକାରର ଉପତ୍ାଦ ଉପଲବ୍ଧ ରହିଛି,ଯାହାର ଉପଯୋଗ ଦ୍ୱାରା ଶିକ୍ଷାର୍ଥୀ, କୃଷକ, ଉଦ୍ୟୋଗୀ ଓ ମହିଳା ଉଦ୍ୟୋଗୀମାନେ ଦେଶର ଆର୍ଥିକ ପରିସ୍ଥିତିକୁ ସୁଦୃଢ କରିବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସେ କହିଥିଲେ।
ଉଲ୍ଲେଖଯୋଗ୍ୟ, ପିଏନବି ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ରାଜେଶ କୁମାର ନିକଟରେ ଝାରସୁଗୁଡ଼ା ଗସ୍ତ କରିଥିଲେ।

Share