ସୁପ୍ରିମକୋର୍ଟରେ ପହଞ୍ଚିଲା ବର୍ଷା-ଅନୁଭବ ବିବାଦ

କଟକ ଅଫିସ, ୨୦।୯: ଏମ୍‌ପି ତଥା ଓଲିଉଡ୍‌ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ର୍ରିୟଦର୍ଶିନୀଙ୍କ ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଦିଲ୍ଲୀ ପଟିଆଲା କୋର୍ଟରେ ଅନୁଭବ ସ୍ତ୍ରୀ ବର୍ଷାଙ୍କୁ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଶନିବାର ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦିଲ୍ଲୀ ପଟିଆଲା କୋର୍ଟର ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବାକୁ ବର୍ଷା ନିଜ ଆବେଦନରେ ପ୍ରାର୍ଥନା କରିଛନ୍ତି।

ଦିଲ୍ଲୀ ପଟିଆଲା କୋର୍ଟରେ ଅନୁଭବ ଯେଉଁ ମାମଲା କରିଛନ୍ତି, ତାହାକୁ ବିଭିନ୍ନ କାରଣରୁ ସେଠାକୁ ଯାଇ ସମ୍ମୁଖୀନ ହେବା ସହଜ ନୁହେଁ। ଏହା ମୋ’ ପାଇଁ ବ୍ୟୟବହୁଳ ହେବ ବୋଲି ବର୍ଷା ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି। ପ୍ରତି ଶୁଣାଣିରେ ତାଙ୍କୁ ଦିଲ୍ଲୀ ଯିବାକୁ ପଡ଼ିବ। ଏଥିରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଅନୁଭବ ସୁପ୍ରିମ୍‌କୋର୍ଟରେ ଏକ କ୍ୟାଭେଟ୍‌ ପିଟିଶନ ଦାଖଲ କରିଥିବା ଜଣାପଡ଼ିଛି। ସେ ନିଜ ପକ୍ଷ ରଖିବା ପୂର୍ବରୁ ଏହି ମାମଲା ସ୍ଥାନାନ୍ତର ନ କରିବାକୁ ସେ ପ୍ରାର୍ଥନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ କଳାକୋଟ୍‌ ଇଚ୍ଛାଧୀନ: ଆଇନଜୀବୀଙ୍କ ପାଇଁ ଆସିଲା ଗାଇଡ୍‌ଲାଇନ୍‌

କଟକ,୮ା୩(କାର୍ତ୍ତିକ ସାହୁ):ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବ୍ୟତୀତ ଅନ୍ୟ ସମସ୍ତ କୋର୍ଟରେ ରାଜ୍ୟ ଆଇନଜୀବୀ ପରିଷଦର ଆଇନଜୀବୀମାନଙ୍କ ନିମନ୍ତେ ଗ୍ରୀଷ୍ମକାଳୀନ ପୋଷାକ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଶୁକ୍ରବାର ଜାରି...

ସୁଭଦ୍ରା: ନାରୀ ଶକ୍ତିର ଅପୂର୍ବ ଅଭ୍ୟୁଦୟ

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓ ଅଖ୍ୟାତ ପୁରପଲ୍ଲୀରେ ବାସ କରୁଥିବା ସମସ୍ତ ମହିଳାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ସତରେ ଚଳିତ ବର୍ଷର ବିଷୟବସ୍ତୁ...

ଆଜି ସୁଭଦ୍ରାର ଦ୍ୱିତୀୟ କିସ୍ତି: ୧କୋଟି ୬୪ ହଜାର ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା

ଭୁବନେଶ୍ୱର, (ବନ୍ଦନା ସେଠୀ)/ ଛତ୍ରପୁର, ୮ା୩ (ସନ୍ତୋଷ ପାଢ଼ୀ):ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶନିବାର ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି...

ଟ୍ୟୁସନ ଶିକ୍ଷୟିତ୍ରୀରୁ ରିସର୍ଟ ମାଲିକ: ମହିଳା ଦିବସରେ ଏମିତି ଜଣେ ସଫଳ ମହିଳା କାହାଣୀ ଜାଣିଲେ କରିବେ ସଲାମ୍‌

ଦାରିଙ୍ଗବାଡି, ୮।୩ (ଅରୁଣ ସାହୁ ): ଜଣେ ଟ୍ୟୁସନ ଶିକ୍ଷୟିତ୍ରୀରୁ କାର୍ଯ୍ୟ ଆରମ୍ଭ କରି ଏବେ ଏକ ରିସର୍ଟର ମାଲିକ ଆଉ ଜଣେ ସଫଳ ଶିଳ୍ପପତି...

ତୀରନ୍ଦାଜୀ ପ୍ରତିଯୋଗିତାରେ ବରଗଡ଼ର ୨ ଦିବ୍ୟାଙ୍ଗ

ବରଗଡ଼,୮।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ୨ଜଣ ଦିବ୍ୟାଙ୍ଗ ଯୁବ କ୍ରୀଡ଼ାବିତ ତରଣୀ ସୁନା ଓ ସୁମନ୍ତ ପଧାନ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଆୟୋଜିତ ଜାତୀୟ ସନ୍ତରଣ...

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ କୋଶଳୀ ବହି ଉପହାର ଦେଲେ ଜଣାଶୁଣା କବି

ବରଗଡ଼,୮।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଜଣାଶୁଣା କବି ବିଷ୍ଣୁ ଚରଣ ପ୍ରଧାନ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ମୁଖ୍ୟ ମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କୁ ଭେଟି ‘ସତ୍‌ କଥା, ସାନ ଭାଇ...

ରାଜମିସ୍ତ୍ରିଙ୍କ ଝିଅ ଯିବେ ଜାପାନ:ଦେଖାଇବେ ନିଜ ବିଜ୍ଞାନୀ ଯାଦୁ

ବରଗଡ଼,୮।୩(ପ୍ରେମାନନ୍ଦ ଖମାରୀ):ଅନ୍ତର୍ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ବରଗଡ଼ ଜିଲାର ୨ଝିଅ ମନୋନୀତ ହୋଇଛନ୍ତି। ସେମାନେ ହେଲେ, ଭଟଲି ବ୍ଲକ କେଶାଇପାଲି ଗ୍ରାମର ଦିବ୍ୟାସା...

ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ହୋଇଗଲା ନିର୍ବନ୍ଧ, ଜାଗୃତିଙ୍କ ସହ ଆସିଲା ଫୋଟ

ଭୁବନେଶ୍ଵର, ୮/୩: ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଶେଷରେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କ ନିର୍ବନ୍ଧ ହୋଇଛି। ଯେଉଁ ଅନୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image