ସୁପ୍ରିମକୋର୍ଟରେ ପହଞ୍ଚିଲା ବର୍ଷା-ଅନୁଭବ ବିବାଦ

କଟକ ଅଫିସ, ୨୦।୯: ଏମ୍‌ପି ତଥା ଓଲିଉଡ୍‌ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ର୍ରିୟଦର୍ଶିନୀଙ୍କ ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଦିଲ୍ଲୀ ପଟିଆଲା କୋର୍ଟରେ ଅନୁଭବ ସ୍ତ୍ରୀ ବର୍ଷାଙ୍କୁ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଶନିବାର ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦିଲ୍ଲୀ ପଟିଆଲା କୋର୍ଟର ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବାକୁ ବର୍ଷା ନିଜ ଆବେଦନରେ ପ୍ରାର୍ଥନା କରିଛନ୍ତି।

ଦିଲ୍ଲୀ ପଟିଆଲା କୋର୍ଟରେ ଅନୁଭବ ଯେଉଁ ମାମଲା କରିଛନ୍ତି, ତାହାକୁ ବିଭିନ୍ନ କାରଣରୁ ସେଠାକୁ ଯାଇ ସମ୍ମୁଖୀନ ହେବା ସହଜ ନୁହେଁ। ଏହା ମୋ’ ପାଇଁ ବ୍ୟୟବହୁଳ ହେବ ବୋଲି ବର୍ଷା ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି। ପ୍ରତି ଶୁଣାଣିରେ ତାଙ୍କୁ ଦିଲ୍ଲୀ ଯିବାକୁ ପଡ଼ିବ। ଏଥିରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଅନୁଭବ ସୁପ୍ରିମ୍‌କୋର୍ଟରେ ଏକ କ୍ୟାଭେଟ୍‌ ପିଟିଶନ ଦାଖଲ କରିଥିବା ଜଣାପଡ଼ିଛି। ସେ ନିଜ ପକ୍ଷ ରଖିବା ପୂର୍ବରୁ ଏହି ମାମଲା ସ୍ଥାନାନ୍ତର ନ କରିବାକୁ ସେ ପ୍ରାର୍ଥନା କରିଛନ୍ତି।

Share